ଭୁବନେଶ୍ୱର– ଏସଟିଏଫ ହାତରେ ହାତୀ ଦାନ୍ତ । ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ନିକଟରେ ଅତର୍କିତ ଭାବେ ଚଢାଉ କରିଥିଲା । ଏଥିରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କର ଠାରୁ ବହୁ ମୂଲ୍ୟବାନ ୨ ଟି ହାତୀ ଦାନ୍ତ ଜବତ କରିଛି ।ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ କେଉଟିବାହାଲି ଗାଁର ଗୋପାଳ କୃଷ୍ଣ ଚୁଡାକ ଓ ସୁବର୍ଣ୍ଣ ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚଢେଇପଙ୍କ ନିକଟ ଦିଆପାଲି ଗାଁର ହୃଷିକେଶ କୁମ୍ଭାର ।
ସୂଚନା ଯୋଗ୍ୟ ଯେ , ହାତୀ ଦାନ୍ତ ଚାଲାଣ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବାବେଳେ ଏସଟିଏଫକୁ ସୂଚନା ମିଳିଥିଲା । ଏହା ପରେ ଏସଟିଏଫ ଗୋପାଳ ଓ ହୃଷିକେଷଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲା । ଠିକ ସମୟରେ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨ଟି ହାତୀ ଦାନ୍ତ ଜବତ କରିଥିଲା। ଏସ୍ଟିଏଫ୍ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ତଦନ୍ତ କରୁଛି। ଜବତ ହାତୀ ଦାନ୍ତ ୨ଟିକୁ ଉତ୍ତରାଖଣ୍ଡରେ ଡେରାଡୁନରେ ଥିବା ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ପରୀକ୍ଷା ପାଇଁ ପଠାଇବ।
previous post
next post