ଓଡିଶା

ହାତୀପଲଙ୍କ ଉପଦ୍ରବ : ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଢେଙ୍କାନାଳ– ଢେଙ୍କାନାଳ ଜିଲ୍ଲା ଓଡାପଡା ବାଙ୍ଗୁରିସିଂହା ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ଘର ଭାଙ୍ଗିବା ସହ ଚାଷ,ଫସଲ ନଷ୍ଟ କରିଦେଉଛନ୍ତି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି । ଏହାକୁ ବବିରୋଧ କରି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ, ହାତୀପଲ ବାରମ୍ବାର ଗାଁରେ ଘର ଭାଙ୍ଗିବା ସହ ବାଡି ବଗିଚା ନଷ୍ଟ କରୁଛନ୍ତି । ଯାହାକୁ ନେଇ ଗ୍ରାମବାସୀମାନେ ଅସୁରକ୍ଷିତ ମନେ କରୁଛନ୍ତି । ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ବାଙ୍ଗୁରିସିଂହା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ବୁଧବାର ବିଳମ୍ବିତ ରାତିରେ ହାତୀପଲ ଗାଁରେ ପଶି ପାଞ୍ଚୋଟି ଘର ଭାଙ୍ଗିଦେଇଛନ୍ତି । ହାତୀପଲ ବାରମ୍ବାର ଏପରି ଉପଦ୍ରବ କରୁଥିବା ସତ୍ତେ୍ୱ ବନବିଭାଗ ସୁରକ୍ଷା ଦେବାରେ ବିଫଳ ହୋଇଛି ।
ଯାହାକୁ ନେଇ ଗ୍ରାମବାସୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ବାଙ୍ଗୁରିସିଂହାଠାରେ ୫୫ ନମ୍ବର ଜାତୀୟ ରାଜପଥକୁ ଦୁଇ ଘଣ୍ଟା ଧରି ଅବରୋଧ କରିଥିଲେ । ଗ୍ରାମବାସୀମାନେ ସୁରକ୍ଷା ଓ କ୍ଷତିପୂରଣ ଦାବି କରିଥିଲେ ।

Related posts

ଆଜି ଆସିବେ ଅମିତ ଶାହା

Report

ବିଜେଡି ସୁପ୍ରିମୋଙ୍କ ମାରାଥନ୍ କ୍ୟାମ୍ପେନ

Report

ଚିକାଗୋରୁ ବିମାନରେ ଭୁବନେଶ୍ୱର ପହଞ୍ଚିଲେ ୧୩୭ ଯାତ୍ରୀ

Report

Leave a Comment