ଋଷ : ଏବେବି ଜାରି ରହିଛି ଋଷ ୟୁକ୍ରେନ ଯୁଦ୍ଧ । ଲଗାତାର ବର୍ଷେ ଛୁଇଁବାକୁ ବସିଲାଣି ଦୁଇ ଦେଶ ମଧ୍ୟରେ ହେଉଥିବା ଘମାଘଟ ଯୁଦ୍ଧ । ଆଉଥରେ ୟୁକ୍ରେନ ବିରୁଦ୍ଧରେ ନିଜର ହମଲାକୁ ଜୋରଦାର କରିଛି ଋଷ । ଗତକାଲି ଋଷର ପୁଳା ପୁଳା ମିସାଇଲ ଓ ଡ୍ରୋନ ମହଲାରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣା ପଡିଛି । ରୁଷ ହମଲାରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଘର ଓ ବିଜୁଳି ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି । ରୁଷର ମିସାଇଲ ମାଡ଼ ଯୋଗୁ ଲୋକମାନେ ରାଜଧାନୀ କିଭ୍ରେ ଥିବା ମେଟ୍ରୋ ଷ୍ଟେସନ ଭିତରେ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଥିଲେ। ଋଷର ହମଲାକୁ ଦେଖି ୟୁକ୍ରେନ ପ୍ରଶାସନ ଏୟାର ରେଡ୍ ସାଇରନ ଦ୍ୱାରା ଲୋକଙ୍କୁ ସତର୍କ କରାଇଥିଲା । ଏବଂ ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି କହିଛନ୍ତି, “ଆମକୁ ଭୟଭୀତ କରିବା ପାଇଁ ଗୋଟିଏ ଆତଙ୍କବାଦୀ ଦେଶ ଆମ ଉପରେ ମିସାଇଲ ମାଡ଼ କରି ନିକଟରେ ପରାସ୍ତ ହୋଇଛି। ଆଗକୁ ଠିକ ଏପରି ଢଙ୍ଗରେ ପୂରା ରୁଷ ପରାସ୍ତ ହେବ।