ଟ୍ୱିଟର ବୋର୍ଡ କିମଟିରୁ ସବୁ ସଦସ୍ୟଙ୍କକୁ କାଢିି ନିଜେ ସାଜିଛନ୍ତି ସର୍ବେସର୍ବା

0

ବ୍ୟୁରୋ : ଯେବେଠୁ ଟ୍ୱିଟରର ମାଲିକାନା ଏଲନ୍ ମସ୍କଙ୍କ ହାତକୁ ଯାଇଛି ସେବେଠୁ ଦେଖାଯାଇଛି ପରିବର୍ତ୍ତନ । ପ୍ରଥମେ ପୂର୍ବତନ ସିଇଓ ପରାଗ୍ ଅଗ୍ରୱାଲଙ୍କ ସମେତ କିଛି ଅଧିକାରୀଙ୍କୁ ବିଦା କରିବା ପରେ ଏବେ ଟ୍ୱିଟର ବୋର୍ଡ କିମଟିରୁ ସବୁ ସଦସ୍ୟଙ୍କକୁ କାଢିି ଦେଇଛନ୍ତି ଏଲେନ । ଆଉ ସବୁ ଦାୟିତ୍ୱ ଏଲନ୍ ନିଜେ ନେଇଥିବା ଜଣାପଡିଛି । ଅର୍ଥାତ ନିଜେ ଏଲେନ ମାସ୍କ ଟ୍ୱିଟରର ସର୍ବେସର୍ବା ହୋଇଯାଇଛନ୍ତି ।

ଏଲନମସ୍କ ଗତ ଅକ୍ଟୋବର ୨୮ ତାରିଖରେ ଟ୍ବିଟର୍‌ର ମାଲିକ ବନିବା ପରେ ଅନେକ କିଛି ପରିବର୍ତ୍ତନ ହେବାରେ ଲାଗିଛି। ସେ ମାଲିକ ମନିବା ପରେ ହିଁ କମ୍ପାନିର ସିଇଓ ପରାଗ ଅଗ୍ରୱାଲ୍‌, ସିଏଫ୍‌ଓ ନେଡ୍‌ ସେଗଲ୍‌ ଓ ଲିଗାଲ୍‌ ଆଫେରୟାର୍‌ ପଲିସି ହେଡ୍‌ ବିଜୟା ଗାଡ଼େଙ୍କ କମ୍ପାନିରୁ କାଢ଼ି ଦେଇଛନ୍ତି।

କେବଳ ଏତିକି ନୁହେଁ ନିଜ ହାତକୁ ଟ୍ୱିଟରର ଭାର ଆଣିବା ପରେ ଏକ ନୂଆ ଘୋଷଣା କରିଛନ୍ତି ମସ୍କ । ଟ୍ୱିଟରରେ ବ୍ଲୁ-ଟିକ ପାଇଥିବା ୟୁଜର୍ସଙ୍କୁ ଏଣିକି ଅଧିକ ଅର୍ଥ ଦେବାକୁ ପଡ଼ି‍ବ । ଖୁବ୍‌ ଅଧିକ ଅର୍ଥ ବିନିମୟରେ ଏଲୋନ ମସ୍କ ଟ୍ୱିଟରକୁ କିଣିଛନ୍ତି । ଆଉ ଏହି ଅର୍ଥର ସବୁ ମୂଲ୍ୟ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଖରୁ ଆଦାୟ କରିବାକୁ ସେ ଅଣ୍ଟା ଭିଡିଛନ୍ତି । ଏପରିକି ନିକଟରେ ବିପୁଳ ଅନୁଗାମୀ ଥାଇ ସୁଦ୍ଧା ସମ୍ମାନଜନକ ‘ବ୍ଲୁ ଟିକ୍‌’ରୁ ବଞ୍ଚିତ କରାଯାଇଛି ବୋଲି ଜଣେ ଟୁଇଟର୍‌ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି । ତେବେ ଏଲେନ ଚାକିରିରୁ ଅନେକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା କଥା ଶୁଣିବାକୁ ମିଳିଥିଲା ଯାହା ବର୍ତ୍ତମାନ ସତ ହେଉଛି ।

ସବୁଠୁ ବଡ କଥା ହେଉଛି ନଭେମ୍ବର ୭ ତାରିଖ ସୁଦ୍ଧା ନୂଆ ଫିଚର ଲ୍ଞ୍ଚ କରିବା ଲାଗି ଡେଡଲାଇନ ଦିଆଯାଇଛି । ସୋସିଆଲ ମିଡିଆ ଟ୍ୱିଟରକୁ ନେବାର ଦିନକ ପରେ ଏହି ଟ୍ୱିଟ୍‌ କରି ସେ କହିଛନ୍ତି, ଟ୍ୱିଟର୍‌ ତା’ର ଭେରିଫିକେସନ ପ୍ରୋସେସ ରିଭାଇଜ କରିବ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଏଲୋନ୍ ମସ୍କ କ’ଣ କରିବେ ଏହା ପୂର୍ବରୁ ସ୍ଥିର କରି ସାରିଛନ୍ତି ।

ଏଠି କହିରଖୁଛୁ ଯେ , ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ଏଲୋନ୍‌ ମସ୍କ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ । ହେଲେ ସ୍ପାମ ଏବଂ ଫେକ ଆକାଉଣ୍ଟକୁ ନେଇ ସେ ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ । ଏହା ପରେ ଟ୍ୱିଟର ସିଇଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମସ୍କଙ୍କୁ ଏହି ଡିଲ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅକ୍ଟୋବର ୨୭ ତାରିଖ ଯାଏ ସମୟ ଦେଇଥିଲେ ।

ତେବେ ଡିଲ୍‌କୁ ନେଇ ପୂର୍ବରୁ ଏଲେନ ପଛଘୁଞ୍ଚା ଦେଉଥିଲେ , କିନ୍ତୁ ପରବର୍ତୀ ମୁହୁର୍ତରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ କିଣି ନେଇଥିଲେ । ତେବେ ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର CEO ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଥିଲେଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଥିଲା । ଆଉ ଏବେ ନିଜେ ଏକ ସବୁ ଦାୟିତ୍ୱ ସମ୍ଭାଳିବେ ବୋଲି ନିଷ୍ପତି ନଇଛନ୍ତି ଏଲେନ ମାସ୍କ ।