ଭୁବନେଶ୍ୱର : ବଦଳିଲା ଓଡ଼ିଶା ଅଗ୍ନିଶମ ସେବାର ନାଁ । ଓଡ଼ିଶା ଅଗ୍ନିଶମ ସେବା ‘ଆନୁଷ୍ଠାନିକ ଭାବେ’ ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନାମରେ ନାମିତ ହୋଇଛି । ଏନେଇ ଗେଜେଟ ବିଜ୍ଞପ୍ତି ବିଧିବଦ୍ଧ ଭାବେ ଜାରି ହୋଇଛି । ଏଣିକି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନାଁରେ ଏହା ନାମିତ ହେବ । କୌଣସି ଅସୁବିଧାରେ ପଡିଲେ ଅଗ୍ନିଶମ ବାହୀନିର ଯେଉଁ ନାଁ ଡେରା ପଡୁଥିଲା ତାହା ନୂଆ ନାମ ସହ ବିଦ୍ଧିବଦ୍ଧ ଭାବରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ହୋଇଛି । ବିପର୍ୟ୍ୟୟ ମୁକାବିଲାରେ ଅଗ୍ନିଶମ ସେବାର ଉଲ୍ଲେଖନୀୟ ଭୂମିକା ରହିଛି । ପୂର୍ବରୁ ଅଗ୍ନିକାଣ୍ଡ ଓ ବନ୍ୟା, ବାତ୍ୟା ସମେତ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ପରିଚାଳନାରେ ଅଗ୍ନିଶମ ସେବାକୁ ନିୟୋଜିତ କରାଯାଉଥିଲା । ହେଲେ ଏନେଇ ବୈଧାନିକ ମାନ୍ୟତା ନଥିଲା । ଆଉ ଏବେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦ୍ୱାରା ପ୍ରାକୃତିକ ବିପର୍ୟ୍ୟୟ ବେଳେ ଉଦ୍ଧାର, ରିଲିଫ ଓ ରିଷ୍ଟୋରେସନରେ ଏହା ନିୟୋଜିତରେ ଆଇନଗତ ମାନ୍ୟତା ମିଳିବ ।