ସବୁ ଘଟଣାର ଅନ୍ତ ଘଟାଇ ଶେଷରେ ଗୁରୁ ଓ ଚେଲାଙ୍କ ସମର୍ଥନରେ ଦୁଇ ଟ୍ରଷ୍ଟୀ ନିର୍ବାଚିତ

0

ପାରାଦୀପ : ଆଜି ବହୁ ପ୍ରତୀକ୍ଷିତ ପାରାଦୀପ ବନ୍ଦର ଲେବର ଟ୍ରଷ୍ଟୀ ନିର୍ବାଚନ ସରିଯାଇଛି । ଗତ ତିନି ବର୍ଷ ହେବ କରୋନା ପାଇଁ ଏହି ନିର୍ବାଚନ ହୋଇନଥିବା ବେଳେ ଚଳିତ ବର୍ଷ ଏହି ନିର୍ବାଚନରେ ତୀବ୍ର ପ୍ରତିଯୋଗିତା ଓ ହାଣକୁଟା,ଆକ୍ଷେପ ପ୍ରତିଆକ୍ଷେପ, ଥାନାରେ ମଧ୍ୟ ପରସ୍ପର ମାମଲା ରୁଜୁ ହୋଇଥିଲା । ହେଲେ ସବୁ ଘଟଣାର ଅନ୍ତ ଘଟାଇ ଶେଷରେ ଗୁରୁ ଓ ଚେଲାଙ୍କ ସମର୍ଥନରେ ଦୁଇ ଟ୍ରଷ୍ଟୀ ନିର୍ବାଚିତ ହୋଇଛନ୍ତି । ମୋଟ ୮ ଟି ୟୁନିୟନ ଏହି ନିର୍ବାଚନରେ ପ୍ରାର୍ଥୀ ଦେଇଥିବା ବେଳେ ୩୯୧ ଜଣ ମତଦାତାଙ୍କ ମଧ୍ୟରୁ ୩୮୨ ଜଣ ମତଦାନ କରିଥିଲେ ।

ରାକେଶ ପଟ୍ଟନାୟକଙ୍କ ୟୁନିୟନ ଭାରତୀୟ ବନ୍ଦର ମଜଦୁର ସଂଘର ପ୍ରାର୍ଥୀ ଶ୍ରୀକାନ୍ତ ରାଏ ମୋଟ ୧୦୭ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ତାନ ଅଧିକାର କରି ପ୍ରଥମ ଟ୍ରଷ୍ଟୀ ରୂପେ ନିର୍ବାଚିତ ହୋଇଛନ୍ତି। ସେହିପରି ବାପି ସର୍ଖଲେଙ୍କ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ସୁନୀଲ କାନ୍ତ ଦାସ ୭୬ ଖଣ୍ଡ ଭୋଟ୍ ପାଇ ଦିତୀୟ ଟ୍ରଷ୍ଟୀ ଭାବେ ନିର୍ବାଚିତ ହୋଇଛନ୍ତି ।