ଡ୍ରଗ୍ସ କେସ୍ରେ ଫସିଲେ ପରିଚିତ ଭଲ୍ଲାଲଦେବଙ୍କ ସହ ଅନ୍ୟ ସାଉଥଷ୍ଟାର
ଡ୍ରଗ୍ସ କେସ୍ରେ ଫସିଲେ ବାହୁବଳୀର ଭଲ୍ଲାଲଦେବ ଓରଫ ସାଉଥ ସୁପରଷ୍ଟାର ରାଣା ଦଗୁବତୀ। ୪ ବର୍ଷ ପୁରୁଣା ଡ୍ରଗ୍ସ କେସ୍ରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି।
(ମୁମ୍ବାଇ) : ଡ୍ରଗ୍ସ କେସ୍ରେ ଫସିଲେ ବାହୁବଳୀର ଭଲ୍ଲାଲଦେବ ଓରଫ ସାଉଥ ସୁପରଷ୍ଟାର ରାଣା ଦଗୁବତୀ। ୪ ବର୍ଷ ପୁରୁଣା ଡ୍ରଗ୍ସ କେସ୍ରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। କେବଳ ରାଣା ଦଗୁବତୀ ନୁହନ୍ତି ତାଙ୍କ ସହ ଏକାଧିକ ସାଉଥଷ୍ଟାର ମଧ୍ୟ ଫସିଛନ୍ତି। ଅଭିନେତ୍ରୀ ରକୁଲ ପ୍ରିତ, ରବି ତେଜା ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ମଧ୍ୟ ଇଡିରୁ ଡ଼ାକରା ଆସିଛି। ରକୁଲ ପ୍ରୀତି ସିଂହଙ୍କୁ ସେପ୍ଟେମ୍ବର ୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ସେହିପରି ରାଣା ଦଗୁବାତୀଙ୍କୁ ସେପ୍ଟେମ୍ବର ୮, ରବି ତେଜାଙ୍କୁ ସେପ୍ଟେମ୍ବର ୯ ଏବଂ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ସେପ୍ଟେମ୍ବର ୩୧ ତାରିଖରେ ହାଜର ହେବାକୁ ଇଡି ନୋଟିସ ଜାରି କରିଛି। ଏମାନଙ୍କ ଛଡା ଚାର୍ମୀ କୌର, ମୁମୈଥ ଏବଂ ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ଇଡି ସମନ୍ ପଠାଇଥିବା ସୂଚନା ମିଳିଛି।
ସୂଚନାନୁସାରେ, ୪ ବର୍ଷ ତଳର ଏହି ଡ୍ରଗ୍ସ ଲିଙ୍କ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କୁ ସମନ୍ ପଠାଇସାରିଲାଣି ଇଡି। ୨୦୧୭ ମସିହାରେ ଜୁଲାଇ ମାସରେ ଏକ ବାର୍ ଉପରେ ଚଢଉ ବେଳେ ବିପୁଳ ପରିମାଣର ଡ୍ରଗ୍ସ ମିଳିଥିଲା। ଏହି ଘଟଣାରେ ୧୧ ପୃଷ୍ଠାର ଚାର୍ଜ ସିଟ୍ ଦାଖଲ କରାଯାଇଥିଲା।