ଶ୍ରାବଣ ମାସରେ ବି ରାଜ୍ୟରେ ମୁଣ୍ଡଫଟା ଖରା

0

ଭୁବନେଶ୍ୱର: ଶ୍ରାବଣ ମାସରେ ବି ରାଜ୍ୟରେ ମୁଣ୍ଡଫଟା ଖରା। ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବଢୁଛି ଏଭଳି ତାପମାତ୍ରା ।ଯାହାଫଳରେ ବିଭିନ୍ନ ସ୍ଥାନରେ ବଢୁଛି ଦିନର ତାପମାତ୍ରା । ସ୍ୱାଭାବିକ ତାପମାତ୍ରା ପାଖାପାଖି ୫ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୧୧ଟି ସହରରେ ଦିନର ତାପାମତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି । ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ରହିଛି ୩୬.୭ ଡିଗ୍ରୀ ସେଲସିୟସ୍‌ ।

ସମ୍ବଲପୁର, ମାଲକାନଗିରି ଓ ଖୋର୍ଦ୍ଧାରେ ଦିନର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍‌ ରହିଛି । ସେହିପରି ଭୁବନେଶ୍ୱର ଓ କଟକ ସହରରେ ତାପମାତ୍ରା ୩୫ ଦଶମିକ ୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରିଛି ପାଣିପାଗ ବିଭାଗ । ଦୁର୍ବଳ ମୌସୁମୀ ପ୍ରଭାବରେ ସ୍ୱାଭାବିକଠାରୁ ଦିନର ତାପମାତ୍ରା ଅଧିକ ରହୁଛି । ସେହିପରି ଉଚ୍ଚ ଆର୍ଦ୍ରାତା ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ଗୁଳୁଗୁଳି ବି ଅନୁଭୂତ ହେଉଛି ।