ଇଭିଏମ୍ ତ୍ରୁଟି : ଶଙ୍ଖ ବଦଳରେ ଅନ୍ୟ ଚିହ୍ନକୁ ଯାଇଛି ଭୋଟ

0

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟର ମାନେ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । କିନ୍ତୁ ଭୋଟିଂ ଆରମ୍ଭରୁ ହିଁ ବିଭିନ୍ନ ସ୍ଥାନରେ ଦେଖାଦେଇଥିଲା ଇଭିଏମ୍ ଜନିତ ତ୍ରୁଟି । ଯାହା ଫଳରେ ଭୋଟିଂ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଭୋଟର ଭୋଟ ନଦେଇ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ ।
କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର କଲିଙ୍ଗିରି ଗାଁର ଏକ ବୁଥରେ ଏଯାଏଁ ଭୋଟ ଗ୍ରହଣ ହୋଇନାହିଁ । . ଦ୍ୱିତୀୟ ପର୍ୟ୍ୟାୟ ମତନାନ ପାଇଁ ଆଜି ସକାଳୁ ବୁଥ ଖୋଲାଥିବା ସତ୍ୱେ ଇଭିଏମ ତ୍ରୁଟି ଥିବାରୁ ଏଯାଏଁ ଭୋଟ ଗ୍ରହଣ ହୋଇପାରି ନଥିବା ସୂଚନା ମିଳିଛି ।
ସେହିପରି ସୁନ୍ଦରଗଡ଼ରେ ମଧ୍ୟ ଇଭିଏମ ଜନିତ ତ୍ରୁଟି ଦେଖାଦେଖାଦେଇଥିଲା । । ଯାହା ଦ୍ୱାରା ଭୋଟିଂ ବାଧାପ୍ରାପ୍ତ ହୋଇଥିଲା । ଫଳରେ ତିନିଘଣ୍ଟା ବିଳମ୍ବରେ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ସେହିପରି ରାଉରକେଲା ରେ ମଧ୍ୟ ଏଭିଏମ୍ ମେସିନକୁ ନେଇ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । କାରଣ ଏଠାରେ ଏକ ସ୍ଥାନରେ ଭୋଟିଂ ଚାଲୁଥିବା ବେଳେ ଭୋଟରମାନେ ଶଙ୍ଖ ଚିହ୍ନରେ ବଟନ୍ ଦେବାଇବା ବେଳେ ତାଙ୍କ ଭୋଟଟି ଶଙ୍ଖକୁ ନଯାଇ ଅନ୍ୟ ଚିହ୍ନକୁ ଯାଉଛି । ଯାହାକି ଭୋଟରଙ୍କୁ ଆଶ୍ୱର୍ଯ୍ୟ କରିଥିଲା । ଏହି ଘଟଣାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଏହା କିପରି ସମ୍ଭବ ଏହାକୁ ନେଇ ଭୋଟର ମାନେ ପ୍ରଶ୍ନ ଉଠାଇଥିଲେ । ଏହା କୌଣସି ଏକ ନିଦ୍ଧିଷ୍ଟ ଦଳ ଦ୍ୱାରା ପ୍ରୟୋଜିତ କାଯ୍ୟ ହୋଇଥାଇପାରେ ବୋଲି ଭୋଟର ମାନେ ଚର୍ଚ୍ଚା କରିଥିଲେ । ରିଟର୍ଣ୍ଣିଂ ଅଫିସର ଘଟଣାସ୍ଥଳରେ ପହଂଚି ଭୋଟ ବନ୍ଦ କରିଦେଇଛନ୍ତି । ଉକ୍ତ ବୁଥରେ ଭୋଟ ବନ୍ଦ ସହ ପୁନଃ ମତଦାନ ପାଇଁ ଇସିଆଇଙ୍କୁ ଚିଠି ଲେଖାଯାଇଛି ।