ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

0

ଆଇଏଏସ୍ ସ୍ତରରେ ଅଦଳବଦଳ । ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର ।ସ୍ୱାସ୍ଥ୍ୟ ସଚିବ ହେଲେ ଶାଳିନୀ ପଣ୍ଡିତ । ନିକୁଞ୍ଜ ଧଳ- ଅବକାରୀ ବିଭାଗ ସଚିବ ତଥା ଗ୍ରୀଡକୋ ଚେୟାରମ୍ୟାନ ହୋଇଛନ୍ତି । ଅରବିନ୍ଦ ପାଢୀ –ହ୍ୟାଣ୍ଡଲୁମ, ଟେକ୍ସଟାଇଲ ବିଭାଗ ଦାୟିତ୍ୱ । ସୁରେଶ ବିଶଷ୍ଠଙ୍କୁ –ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଦାୟିତ୍ୱ । ଶୁଭ ଶର୍ମାଙ୍କୁ ମହିଳା ଓ ଶିଶୁ ବିଭାଗ ସଚିବ ଦାୟିତ୍ୱ, ଭାସ୍କରଜ୍ୟୋତି ଶର୍ମା ବିଜ୍ଞାନ ଓ ବୈଷୟିକ ସଚିବ ଦାୟିତ୍ୱରେ ରହିବେ । ଗୁହା ପୁନମ୍ ତାପସ କୁମାର ହେଲେ ପଞ୍ଚାୟତିରାଜ ଅତିରିକ୍ତ ସଚିବ । ଡାକ୍ତର ବୃନ୍ଦା ଡି. ହେଲେ ନିର୍ଦ୍ଦେଶକ ଏନ.ଏଚ.ଏମ, ୍ ସଞ୍ଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲ୍ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ । ସରୋଜ କୁମାର ମିଶ୍ର ହେଲେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ । ଶ୍ରୀ ଧଳ କାର୍ୟ୍ୟରେ ଯୋଗଦେବା ପରେ ଅବକାରୀ ବିଭାଗର ଅତରିକ୍ତ ଦାୟିତ୍ୱ ସମ୍ଭାଳୁଥିବା ଆଇଏଏସ୍ ଅଧିକାରୀ ଦେଓ ରଞ୍ଜନ କୁମାର ସିଂହ ଏହି ପଦରୁ ହଟିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।ସେହିପରି ୧୯୯୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି । ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ଭାବେ କାର୍ୟ୍ୟ କରୁଥିବା ୧୯୯୮ ବ୍ୟାଚ୍ ଆଇଏଏସ୍ ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ପଦରୁ ହଟାଇ ଦିଆଯାଇଛି । ସେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଭାବେ କାର୍ୟ୍ୟ କରିବେ । ସେ ଅତିରିକ୍ତ ଭାବେ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ଦାୟିତ୍ୱ ତୁଲାଇବେ । ତାଙ୍କ ସ୍ଥାନରେ ୧୯୯୯ ବ୍ୟାଚ୍ ଆଇଏଏସ୍ ଶୁଭା ଶର୍ମା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ କାର୍ୟ୍ୟ କରିବେ ।

ସେହିପରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ସରୋଜ କୁମାର ମିଶ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେ ପୂର୍ବଭଳି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ(ପ୍ରୋଟୋକଲ)ର ଅତିିରକ୍ତ ଦାୟିତ୍ୱ ତୁଲାଇବେ । ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଆଇଆରଟିଏସ୍ ଅଫିସର ସଞ୍ଜୟ କୁମାର ମିଶ୍ରଙ୍କୁ ଅତିରିକ୍ତ ଭାବେ ଓପିଟିସିଏଲ୍ ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଏନଏଚଏମ୍ ନିର୍ଦ୍ଦେଶିକା ତଥା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ୨୦୧୦ ବ୍ୟାଚ୍ ଆଇଏଏସ୍ ଡଃ ବୃନ୍ଦା ଡିଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ)ର ମିଶନ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ଓଡ଼ିଶା ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ଓ ଖାଦ୍ୟ ନିରାପତ୍ତା କମିଶନର ଭାବେ କାର୍ୟ୍ୟ କରିବେ । ୨୦୦୮ ବ୍ୟାଚ୍ ଆଇଏଏସ୍ ଗୁହା ପୁନମ ତାପସ କୁମାରଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ସେ ଓରମାସ୍ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।