ଆଇଏଏସ ସ୍ତରରେ ଅଦଳବଦଳ

ବିଷ୍ଣୁପଦଙ୍କୁ ଉଚ୍ଚଶିକ୍ଷା ସଞ୍ଜୟଙ୍କୁ ଗ୍ରାମ୍ୟ ଉନ୍ନୟନ

0

ଭୁବନେଶ୍ୱର: ବୁଧବାର ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ଉଚ୍ଛଶିକ୍ଷା ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ସେଠୀ ପୂର୍ବପରି ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଅରବିନ୍ଦ ପାଢୀଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ବରିଷ୍ଠ ଆଇଏଏସ ସଞ୍ଜୟ ସିଂଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ସିଂହ ପୂର୍ବପରି ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ, ବିଡିଏର ଉପାଧ୍ୟକ୍ଷ, ସ୍ମାର୍ଟ ସିଟି ଲିମିଟିଟେଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । କେନ୍ଦ୍ରୀୟ ଡେପୁଟେସନରେ ଥିବା ଅଶ୍ୱଥି ଏସଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।