ଭୁବନେଶ୍ୱର : ଓଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଦେଖାଦେଇଛି ଏହି ପରିବର୍ତ୍ତନ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଆସିଛି ବିଜ୍ଞପ୍ତି ।ତେବେ ଜଣେ ନୁହେଁ କି ୧୦ ଜଣ ନୁହେଁ । ବିଜ୍ଞପ୍ତି ତାଲିକା ଅନୁସାରେ ୧୩୯ ପ୍ରଶାସନିକ ଅଧିକାରୀଙ୍କ ଅଦଳବଦଳ ହୋଇଥିବା କଥା ସାମ୍ନାକୁ ଆସିଛି ।
ସେଥିରେ ସ୍ପଷ୍ଟ ଭାବେ ଲେଖା ହୋଇଛି ଯେଉଁ ଓଏଏସ ଅଫିସରଙ୍କ ନାମ ନିମ୍ନରେ ଦିଆଯାଇଛି ସେମାନେ ତୁରନ୍ତ ସେହି ଯାଗାକୁ ସ୍ଥାନାନ୍ତରିତ ହେଇଯାଆନ୍ତୁ । ଏହା ଓଡିଶା ସରକାରଙ୍କ କଡା ନିର୍ଦ୍ଦେଶାବଳି । ତାଲିକାରେ ବହୁ କଲେକ୍ଟରଙ୍କର ଅଦଳବଦଳ ଦେଖାଦେଇଛି । ସରକାରଙ୍କର ଏଭଳି ନିଷ୍ପତ୍ତି ପ୍ରଶାସନିକ ଅଧିକାରୀଙ୍କୁ ଚିନ୍ତାରେ ପାକାଇଦେଇଛି । ତେବେ ସବୁ ଓଏଏସ ଅଫିସର ପ୍ରସ୍ତୁତ ହେଉଛନ୍ତି ନିଜ ନିଜ ସ୍ଥାନାନ୍ତରିତ ଜାଗାକୁ ଯିବା ଲାଗି ।