ମାହାଙ୍ଗାରେ ସନ୍ଦେହ ଜନକ ମୃତ୍ୟୁ

0

ସାଲେପୁର/ ଜ୍ୟୋସ୍ନାରାଣୀ ସିଂ :କଟକ ଜିଲ୍ଲା ମାହାଙ୍ଗା ଥାନା ଛାତ୍ରାତୋଟା ବଜାର ସ୍ଥିତ ବନ୍ଦ ଥିବା ଫାଷ୍ଟ ଫୂଡ଼ ଦୋକାନ ଭିତରେ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର। ଦୋକାନ ଘର ର କବାଟ ଭିତର ପଟୁ ବନ୍ଦ ଥିବାରୁ ଘଟଣା ସମ୍ପର୍କରେ ମାହାଙ୍ଗା ପୋଲିସକୁ ମୃତକଙ୍କ ପିତା ପର୍ଶୁରାମପୁର ଗାଁ ର କୁଳମଣି ବେହେରା ସୂଚନା ଦେବାସହ କେଉଁ କାରଣ ପାଇଁ ତାଙ୍କ ପୁଅ ର ମୃତ୍ୟ ଘଟିଲା ତାହାର ତଦନ୍ତ ଦାବି କରିଛନ୍ତି। ମୃତକ ପ୍ରଶାନ୍ତ ବେହେରା ବୟସ ୨୭ , ପ୍ରତିଦିନ ଭଳି ସାନଭାଇ କରିଥିବା ଫାଷ୍ଟଫୁଡ଼ ଦୋକାନକୁ ରାତିରେ ଆସି ଜଗି ଶୋଇ ଥାଆନ୍ତି। ତେବେ ଗତକାଲି ରାତିରେ ଆସି ଦୋକାନ ରେ ଶୋଇଥିବା ବେଳେ ଆଜି ଦିନ ୯ ଟା ଯାଏଁ ଦୋକାନ କବାଟ ନଖୋଲା ଯିବାରୁ ସଂଦେହ ସୃଷ୍ଟି ହୋଇଥିଲା। ତେଣୁ ପ୍ରଶାନ୍ତ ଘରକୁ ନଫେରିବାରୁ ତାଙ୍କ ବାପା ଦୋକାନକୁ ଆସି ଦୋକାନ ର ପଛପଟୁ ଝଞ୍ଜିର ତାଡ଼ି ବାପା ପୁତ୍ର ଖଟ ଉପରର ଶୋଇବା ଅବସ୍ଥାରେ ମରି ପଡିଥିବା ଦେଖିବାକୁ ପାଇ ପୁଲିସ କୁ ଲିଖିତ ଅଭିଯୋଗ କରିଛନ୍ତି।ପରେ ମାହାଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।