ଆସାମରେ ଉଗ୍ରବାଦୀ ହିଂସା

0

ଦିଶପୁର : ଆସାମରେ ହିଂସା । ଦିମା ହସାଓ ଜିଲ୍ଲାରେ ଉଗ୍ରବାଦୀ ହିଂସାକାଣ୍ଡ ଘଟାଇଛନ୍ତି । ଉମରଙ୍ଗସୋ ଲଙ୍କା ରୋଡରେ ୭ଟି ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ଉଗ୍ରବାଦୀ । ଯେଉଁଥିରେ ୫ ଜଣ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏବେ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ବିଳମ୍ବିତ ରାତିରେ ଏହି ହିଂସାକାଣ୍ଡ ଘଟିଛି । ଟ୍ରକ୍ ଜାଳିଦେବା ସହ ଉଗ୍ରବାଦୀ ଗୁଳିମାଡ଼ କରିଥିବା ଜଣାପଡ଼ିଛି

ପୁଲିସ କହିଛି, ରାତି ପ୍ରାୟ ୮.୩୦ ସମୟରେ ଦଳେ ସଶସ୍ତ୍ର ବ୍ୟକ୍ତି ଟ୍ରକ୍‌ଗୁଡ଼ିକୁ ଅଟକାଇ ନିର୍ବିଚାର ଭାବେ ଗୁଳି ଚଳାଇଥିଲେ । ସେଥିରୁ ୬ଟି ଟ୍ରକ୍‌ରେ ସିମେଣ୍ଟ୍ ଏବଂ ଗୋଟିଏ ଟ୍ରକ୍‌ରେ କୋଇଲା ଯାଉଥିଲା।