ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଫେସବୁକରେ ଆଧାରକାର୍ଡ ସଂଯୋଗ ନେଇ ସୁପ୍ରିମ କୋର୍ଟରେ ଆଗତ ହୋଇଥିଲା ଏକ ମାମଲା । ଏନେଇ ଆଜି କୋର୍ଟ ଏହି ମାମଲାର ଶୁଣାଣି କରିଛି । ଫେସବୁକରେ ବିଭିନ୍ନ ବିଭ୍ରାନ୍ତିକର ଖବର ପ୍ରସାର ହେଉଥିବାରୁ କୋର୍ଟରେ ଏହି ମାମଲାର ଆଗତ କରାଯାଇଥିବା ସୂଚନା ମିଳିଛି । ସୁପ୍ରିମ କୋର୍ଟ ବିଚାରପତି ଦୀପକ ଗୁପ୍ତା କହିଛନ୍ତି ସୋସିଆଲ ମିଡିଆ ସହିତ ସ୍ମାର୍ଟଫୋନ ଯୋଡି ହୋଇଥାଏ । ଯଦି ଆଗାମୀ ଦିନରେ ଏଭଳି ସମସ୍ୟା ଦେଖାଯାଏ ତାହାଲେ ସ୍ମାର୍ଟ ଫୋନ ବ୍ୟବହାର ବନ୍ଦ କରାଯିବ । ଏହାଛଡା ଏହିଭଳି ସମସ୍ୟାର ସମାଧାନ ଆବଶ୍ୟକ ଜ୍ଞାନକୌଶଳ ଦ୍ୱାର ସମ୍ଭବ ହୋଇ ପାରି୍ବ । ଏନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ହେବ । ସମସ୍ୟାର ସମାଧାନ କିପରି ହେବ ସେ ନେଇ ୩ ସପ୍ତାହ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟକୁ ପରାମର୍ଶ ଦେବାକୁ ପଡିବ । ଏନେଇ ବିଚାରପତି ଦୀପକ ଗୁପ୍ତା ନିର୍ଦ୍ଦେଶ ଦେଇଛନ୍ତି ।