ନକଲି ନୋଟ ଜବତ, ଜଣେ ଗିରଫ

0

ରାଉରକେଲା: ଏସଟିଏଫ ପକ୍ଷରୁ ଏକ ସ୍ଥାନରେ ଚଢାଉ କରାଯାଇ ନକଲି ନୋଟ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ରାଉରକେଲା ସେକ୍ଟର ୧୫ ପୁଲିସ ସେକ୍ଟର ୧୭ରୁ ସେକ ଅହମ୍ମଦ ନାମକ ବ୍ୟକ୍ତିକୁ ଗିରଫ କରିଛି। ତା ନିକଟରୁ ୧୬ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ ଜବତ କରାଯାଇଛି। ଏଥି ସହିତ ତା ନିକଟରୁ ଗୋଟିଏ ଲାପଟପ ଓ ଗୋଟିଏ ପ୍ରିଣ୍ଟର ମେସିନ ମଧ୍ୟ ଜବତ କରାଯାଇଛି। ପୁଲିସ ପକ୍ଷରୁ କେସ ନଂ ୭୫/୨୨, ୟୁସ ୪୮୯ – ଏ, ୪୮୯ – ବି, ୪୮୯ – ସି ୪୮୯ – ଡି, /୧୨୦ (ବି) ଆଇପିସିରେ ମାମଲା ରୁଜୁ କରାଯାଇଛି। ଗତ ଜୁଲାଇ ମାସରେ ଏସଟିଏଫ ପକ୍ଷରୁ ୨୯ ଲକ୍ଷ ୪୧ ହଜାର ଟଙ୍କାର ନକଲି ନୋଟ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି।