ନକଲି IIC ଆତଙ୍କ

0

ବୁର୍ଲା: ବୁର୍ଲାରେ ଖେଳିଯାଇଛି ଆତଙ୍କ । କିନ୍ତୁ କୌଣସି ଜଙ୍ଗଲୀ ଜନ୍ତୁ କିମ୍ବା ଡକାୟତଙ୍କର ନୁହେଁ । ପୋଲିସର ଭୟ । ସେ ବି ଫେକ ପୋଲିସ । ନିଜକୁ ଆଇଆଇସି ବୋଲି ପରିଚୟ ଦେଇ ଲୋକଙ୍କୁ ଠକି ନେଇଛନ୍ତି ଏହି ମହାତ୍ମା ଜଣକ । ବିଭିନ୍ନ କାମ କରାଇଦେବା ନାଁରେ ପଇସା ଆଦାୟ କରୁଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ହୀରାକୁଦର ସୁବ୍ରତ ଛତ୍ରିଆ ଏହି ନକଲି ପୋଲିସବାବୁଙ୍କ ନାଁରେ ଅଭିଯୋଗ କରିଛନ୍ତି । ନିଜକୁ ପୋଲିସ ଅଫିସର କହି ପଇସା ହଡପ କରିଥିବା କହିଛନ୍ତି ସୁବ୍ରତ । ଏହାପରେ ନକଲି ପୋଲିସବାବୁ ଆଉ ଫୋନ ରିସିଭ କରି ନଥିଲେ । ଫଳରେ ସୁବ୍ରତ ଲହଣ୍ଡା ଗାଁକୁ ଯିବା ପରେ ସମ୍ପୃକ୍ତ ଯୁବକଙ୍କ ବାପାଙ୍କଠାରୁ ଠକିନେଇଥିବା ପଇସା ଫେରିପାଇଛନ୍ତି ଜ୍ଝ ତେବେ ଏଭଳି କାଣ୍ଡ କରୁଥିବା ଯୁବକ ଜଣକ ହେଉଛନ୍ତି ବୁର୍ଲା ଲହଣ୍ଡା ଗ୍ରାମର ଫେକ ପୋଲିସ ଅଫିସର ।