ରାଜଧାନୀରୁ ବିଡା ବିଡା ଜାଲ ନୋଟ ଜବତ

0

ଭୁବନେଶ୍ୱର- ସାବଧାନ! ଭୁବନେଶ୍ୱରରେ ବଢିଚାଲିଛି ଜାଲ ନୋଟ କାରବାର । ରାଜଧାନୀରୁ ବର୍ତ୍ତମାନ ୭ କ୍ଷ ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି ।ଖାରବେଳ ନଗର ଅଞ୍ଚଳରୁ ଜାଲ୍ ନୋଟ୍ ଜବତ ହୋଇଛି । ଏହି ମାମଲାରେ ଜାଲ ନୋଟ ଚାଲାଣ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।। ଗିରଫ ବ୍ୟକ୍ତିଙ୍କ ନିକଟରୁ ଏକ କାର ଜବତ କରିଛି ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ ସତ୍ୟନାରାୟଣ ପୃଷ୍ଟି ଏବଂ ବୁଲ୍ରାଧାନ ।ସେମାନଙ୍କ ନିଜ ଘର ଗଞ୍ଜାମରେ ବୋଲି ସୂଚନା ମିଳିଛି । ଜବତ ସମସ୍ତ ଜାଲ୍ ନୋଟ୍ ୨ ଶହ ଟଙ୍କିଆ ହୋଇଥିବା ସଚନା ମିଳିଛି । ଏନେଇ ସବିଶେଷ ସୂଚନା ଦେଇଛନ୍ତି ଏସିପି ଅରୁଣ ସ୍ୱାଇଁ ।