ଭୁବନେଶ୍ୱର:ଆଜି ରାଜ୍ୟସଭାରେ ‘ଫ୍ୟାମିଲି କୋର୍ଟ’ସଂଶୋଧନ୨୦୨୨ ପାରିତ ହୋଇଛି । ଏହି ସଂଶୋଧନ ନାଗାଲାଣ୍ଡରେ ୨୦୦୮ ସେପ୍ଟେମର ୧୨ ତାରିଖରୁ କାର୍ଯ୍ୟକାରୀ ହେଉଛି । ପାରିତ ହୋଇଥିବା ସଂଶୋଧନ ମୁତାବକ ୧୯୮୪ ମସିହାରୁ ପ୍ରଚଳିତ ସଂଶୋଧନ କରାଯିବ । ୨୦୧୯ ଫେବୃଆରୀ ୧୫ ତାରିଖରୁ ହିମାଚଳ ପ୍ରଦେଶରେ ‘ଫ୍ୟାମିଲି କୋର୍ଟ’ ସ୍ଥାପିତ କରିବା ପାଇଁ ଫ୍ୟାମିଲି କୋର୍ଟ ଆକ୍ଟ ୧୯୮୪ ର ସଂଶୋଧନ କରିବାକୁ ଦାବି କରାଯାଉଥିଲା ।
ସେପଟେ ହିମାଚଳ ପ୍ରଦେଶ ଓ ନାଗାଲାଣ୍ଡ ସରକାର ଏହି ଆଇନ ମୁତାବକ ସେମାନଙ୍କ ରାଜ୍ୟରେ ପାରିବାରିକ କୋର୍ଟ ଗଠନ କରିଛନ୍ତି । ତେବେ କେନ୍ଦ୍ର ସରକାର ଏହି ଆଇନ ପ୍ରୟୋଗକୁ ସଂପୃକ୍ତ ରାଜ୍ୟଗୁଡିକ ବୃଦ୍ଧି କରିନାହାଁନ୍ତି ।ଏହି ଆଇନ ବଳରେ ରାଜ୍ୟ ସରକାରମାନଙ୍କୁ ଫ୍ୟାମିଲି କୋର୍ଟ ସ୍ଥାପନ କରିବାକୁ ଅନୁମତି ମିଳିବ । ସଂଶୋଧିତ ଆଇନ ମୁତାବକ ଅନେକ ରାଜ୍ୟରେ ଏହି ଆଇନ ପ୍ରଣୟନ ତାରିଖକୁ ସୂଚିତ କରିବାର କ୍ଷମତା କେନ୍ଦ୍ର ସରକାରଙ୍କ ପାଖରେ ରହିଛି ।
କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁଙ୍କ ଦ୍ୱାରା ଏହି ବିଲ ରାଜ୍ୟସଭାରେ ଉପସ୍ଥାପିତ କରାଯାଇଥିଲା । କେନ୍ଦ୍ରୀୟ ଯାଂଚ ଏଜେନ୍ସିକୁ କେନ୍ଦ୍ର ସରକାର ଦୂରୋପଯୋଗ କରୁଥିବା ନେଇ ସଂସଦରେ ହୋ ହାଲ୍ଲା ଚାଲିଥିବା ବେଳେ ଏହି ବିଧେୟକ ଧ୍ୱନୀମତରେ ପାରିତ କରାଯାଇଛି ।