ବିଶିଷ୍ଟ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ

0

ଭୁବନେଶ୍ବର: ଓଡ଼ିଆ ଚଳଚିତ୍ର ଜଗତର ବିଶିଷ୍ଟ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ବାସଭବନରେ ୬୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରିୟ ମିଶ୍ର । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି। ଅଭିନେତା ପ୍ରିୟ ସୁନ୍ଦର ମିଶ୍ର ପେଶାରେ ଜଣେ ଓକିଲ ଥିଲେ କିନ୍ତୁ ନିଶା ଥିଲା ଅଭିନୟ । ନିଜର ପେସାରେ କମ୍ ବରଂ ସେ ଅଭିନେତା ଭାବେ ବେଶ ପରିଚିତ ଥିଲେ । ଲୋକପ୍ରିୟ ସିରିୟଲ ଶ୍ରୀ ଜଗନ୍ନାଥରେ ସାଧବ ପୁଅଙ୍କ ବାପା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ସେ ଏକ ନିଆରା ଛାପ ଛାଡିଥିଲେ ।ତାଙ୍କର ସିନେମା କଥା କହିବାକୁ ଗଲେ, କ୍ରାନ୍ତି ଧାରା, ଜଗନ୍ନାଥ ଧାମ୍ ପୁରୀ, ତୋ ସାଥେ ମୋ ଜୀବନ ବନ୍ଧା, ଲଭ ଷ୍ଟେସନ୍, ସନ୍ଦେହୀ ପ୍ରିୟତମା, ମନ ମୋର ଯାଯାବର ଏବଂ ଭକ୍ତ ଓ ଭଗବାନ ମାଧ୍ୟମରେ ଦର୍ଶକଙ୍କ ଦ୍ବାରା ବେଶ ଆଦୃତ ହୋଇପାରିଥିଲେ ପ୍ରିୟ ମିଶ୍ର । ଏହା ବାଦ୍ ଧାରାବାହିକ ପଣତ କାନି ଏବଂ ଟେଲି ଫିଲ୍ମ ପ୍ରାୟଶ୍ଚିତରେ ଅଭିନୟ କରିଥିଲେ ପ୍ରିୟ ସୁନ୍ଦର ମିଶ୍ର । ବହୁ ଅଭିନେତା, ଅଭିନେତ୍ରୀ ତଥା ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ।