ଭାରତର ପ୍ରସିଦ୍ଧ ଶିବ ମନ୍ଦିର

0

ବ୍ୟୁରୋ : ଦେବଦେବ ମହାଦେବଙ୍କର ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ସମ୍ପର୍କରେ ପ୍ରାୟତଃ ସମସ୍ତେ ଜାଣିଥିବେ । ତେବେ ଏହି ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ବ୍ୟତୀତ ଭାରତରେ ଭଗବାନ ଶିବଙ୍କୁ ସମର୍ପିତ ଏମିତି ଅନେକ ପ୍ରାଚୀନ ତଥା ପ୍ରସିଦ୍ଧ ମନ୍ଦିର ବି ରହିଛି, ଯେଉଁଠାରେ ପ୍ରଭୁଙ୍କ ଦର୍ଶନ କରି ଭକ୍ତଗଣ ଅପାର ଅ ।ନନ୍ଦ ଲଭିଥାନ୍ତି । ସେମିତି କେତୋଟି ପ୍ରସିଦ୍ଧ ଶୈବପୀଠ ସମ୍ପର୍କରେ

ବୃହଦେଶ୍ୱର ମନ୍ଦିର: ତାମିଲନାଡ଼ୁର ସ୍ଥିତ ଏହି ଶୈବପୀଠଟିର ଅ।କର୍ଷଣୀ । ବାସ୍ତୁକଳାକୁ ଦେଖିଲେ ଯେ କେହି ଘଡିଏ ଚାହିଁ ରହିବା ସ୍ୱାଭାବିକୟ ତା’ଛଡ଼ା ଏଠାରେ ପୂଜା ପାଉଥିବା ମହାଦେବ ଖୁବ୍ ପ୍ରତ୍ୟକ୍ଷ ବୋଲି ଶୁଣିବାକୁ ମିଳିଥାଏ । ମହାଦେବଙ୍କ ବ୍ୟତୀତ ପାଶ୍ୱର୍ ଦେବଦେବୀଙ୍କ ମୂର୍ତ୍ତି ବି ବେଶ୍ ଅ ।କର୍ଷଣୀ ଲାଗିଥାଏ । ସେହିପରି ଏହି ଶୈବପୀଠଟି ୟୁନେସ୍କୋ ୱାଲର୍ଡ ହେରିଟେଜ୍ ସାଇଟ୍ ଅନ୍ତର୍ଭୁକ୍ତ ହୋଇସାରିଥିବାରୁ ବର୍ଷସାରା ଏଠାରେ ଭକ୍ତଗଣଙ୍କର ବେଶ୍ ଭିଡ଼ ପରିଲକ୍ଷିତ ହୋଇଥାଏ ।

କନ୍ଦରିୟା ମହାଦେବ ମନ୍ଦିର: ମଧ୍ୟପ୍ରଦେଶର ଖଜୁରାହୋ ଅନ୍ତର୍ଗତ ଏକ ଲୋକପ୍ରିୟ ଶୈବପୀଠ ଭାବେ ଏହି ମନ୍ଦିରଟି ପରିଚିତ । ଏହି ମନ୍ଦିରକୁ ଖଜୁରାହୋର ସ୍ୱତନ୍ତ୍ର ବାସ୍ତୁକଳାର ଏକ ଅ।ଦର୍ଶ ନମୁନା ଭାବେ ବିବେଚନା କରାଯାଇଥାଏ । ଏଠାରେ ପୂଜା ପାଉଥିବା ମହାଦେବ ବି ଖୁବ୍ ପ୍ରତ୍ୟକ୍ଷ । ଭକ୍ତଟିଏ ନିଷ୍ଠାର ସହ ଏଠାରେ ମନୋସ୍କାମନା କଲେ ତା’ର ସବୁ ଅ।ଶା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ଅଖଣ୍ଡ ବିଶ୍ୱାସ ରହିଛିୟ ଖାସ୍ ଏହି କାରଣ ଯୋଗୁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଧାଇଁ ଅ।ସିଥାନ୍ତି ।

ତୁଙ୍ଗନାଥ ମନ୍ଦିର: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲା ଅନ୍ତର୍ଗତ ଏକ ପାହାଡ ଉପରେ ରହିଛି ଏହି ମନ୍ଦିର ।ଏହା ବି ହେଉଛି ଏକ ଶୈବପୀଠୟ ସମୁଦ୍ର ପତ୍ତତନଠାରୁ ପ୍ରାୟ ୩୬୮୦ ମିଟର ଉଚ୍ଚତାରେ ଥିବା ଏହି ମନ୍ଦିରଟି ଖୁବ୍ ପ୍ରାଚୀନ ବୋଲି ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ । ହେଲେ ଏଠାରେ ପୂଜା ପାଉଥିବା ମହାଦେବ ଖୁବ୍ ପ୍ରତ୍ୟକ୍ଷୟ ଖାସ୍ ସେଥିପାଇଁ ଯେତେ କଷ୍ଟ ହେଲେ ବି ଭକ୍ତଗଣ ପାହାଡ ଉପରକୁ ଯାଇ ପ୍ରଭୁଙ୍କୁ ଏଠାରେ ଦର୍ଶନ କରିଥାନ୍ତି । ବିଶେଷକରି ଶୀତଦିନେ ଏଠାରେ ବହୁତ ତୁଷାରପାତ ହୁଏ । ଅ।ଉ ସେହି ତୁଷାରପାତରେ ବି ଅନେକ ଶ୍ରଦ୍ଧାଳୁ ଟ୍ରେକିଂ କରିକି ଯାଇ ପ୍ରଭୁଙ୍କୁ ଏଠାରେ ଦର୍ଶନ କରିବାକୁ ଅ।ଗ୍ରହ ପ୍ରକାଶ କରିଥାନ୍ତି ।

କିରାତେଶ୍ୱର ମହାଦେବ ମନ୍ଦିର: ଶିକ୍କିମ ସ୍ଥିତ ରଙ୍ଗୀତ ନାମକ ଏକ ନଦୀକୂଳରେ ଥିବା ଏହି ମନ୍ଦିରଟି ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀୟ ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିରରେ ମହାଶିବରାତ୍ରି ଓ ଶ୍ରାବଣ ମାସର ପ୍ରତି ସୋମବାରରେ ବହୁ ଭକ୍ତଗଣଙ୍କର ଯା’ଅ।ସ ଲାଗି ରହିଥାଏ । ସେହିପରି ଏହି ମନ୍ଦିରରେ ବାଳା ଚତୁର୍ଦ୍ଦଶୀ ପର୍ବକୁ ବି ଖୁବ୍ ଧୁମ୍ଧାମରେ ପାଳନ କରାଯାଇଥାଏ । ନଦୀର ତଟଦେଶରେ ଅବସ୍ଥିତ ହୋଇଥିବାରୁ ଏବଂ ଚାରିଅ।ଡେ ଗଛଲତା ପରିପୂର୍ଣ୍ଣ ହୋଇ ରହିଥିବାରୁ ଏଠାକାର ପ୍ରାକୃିତକ ସୌନ୍ଦର୍ଯ୍ୟ ବେଶ୍ ମନଲୋଭା ବି ହୋଇଥାଏ ।

ଭୋଜେଶ୍ୱର ମନ୍ଦିର: ମଧ୍ୟପ୍ରଦେଶର ଭୋଜପୁର ନାମକ ଏକ ସ୍ଥାନରେ ରହିଥିବା ଏହି ଶୈବପୀଠଟିର ବାସ୍ତୁକଳା ଯେମିତି ଅ।କର୍ଷଣୀୟ ଠିକ୍ ସେମିତି ଏଠାରେ ପୂଜା ପାଉଥିବା ମହାଦେବ ବି ଖୁବ୍ ପ୍ରତ୍ୟକ୍ଷ । ସେହିପରି ଏହା ଏକ ପ୍ରାଚୀନ ମନ୍ଦିର ଭାବେ ବି ଜଣାଶୁଣାୟ ତା’ଛଡ଼ା ଶାନ୍ତ ପରିବେଶରେ ଗଢି ଉଠିଥିବା ଏହି ଶୈବପୀଠରେ କିଛି ସମୟ ବିତାଇଦେଲେ ମନକୁ ବେଶ୍ ଶାନ୍ତି ମିଳିଥାଏ ବୋଲି ସ୍ଥାନୀୟ ଲୋକେ ମତ ଦେଇଥାନ୍ତି । ସେଥିପାଇଁ ବର୍ଷସାରା ଏଠାରେ ଭକ୍ତଗଣଙ୍କର ଯା’ଅ।ସ ଲାଗି ରହିଥାଏ ।