ଟିଭି ପରଦାକୁ ଫେରିବେ ନବଜୋତ ସିଂହ ସିଦ୍ଧୁ !
ଗତ କିଛି ସପ୍ତାହ ଧରି ସୋସିଆଲ ମିଡିଆରେ କପିଲ ଶର୍ମାଙ୍କ ଶୋ’ ଶୀଘ୍ର ବନ୍ଦ ହୋଇପାରେ ବୋଲି ଭାଇରଲ ହେବାରେ ଲାଗିଛି ।
(ମୁମ୍ବାଇ) : ଗତ କିଛି ସପ୍ତାହ ଧରି ସୋସିଆଲ ମିଡିଆରେ କପିଲ ଶର୍ମାଙ୍କ ଶୋ’ ଶୀଘ୍ର ବନ୍ଦ ହୋଇପାରେ ବୋଲି ଭାଇରଲ ହେବାରେ ଲାଗିଛି ।
ବିଶେଷ କରି ସୋନି ତାର ନୂଆ କମେଡି ଶୋ’ ଘୋଷଣା କଲା ପରଠାରୁ ଏହି ଖବର ଅଧିକ ଭାଇରାଲ୍ ହେଉଛି। ଏହି କମେଡି ଶୋ’ର ନାମ ଇଣ୍ଡିଆ ଲାପ୍ଟର୍ ଚାମ୍ପିୟନ୍ ରଖାଯାଇଛି। ତେଣୁ ଏହି ଶୋ’ରେ ପୁଣି ଥରେ ନବଜୋତ ସିଂହ ସିଦ୍ଧୁଙ୍କୁ ପରଦା ଉପରେ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।
NEW SHOW ALERT!!!#India'sLaughterChampion coming soon, only on Sony TV! pic.twitter.com/UVPMbc6crt
— sonytv (@SonyTV) April 7, 2022
ନବଜୋତ ବହୁ ବର୍ଷ ପୂର୍ବେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାପ୍ଟର ଚାମ୍ପିୟନ୍ କୁ ଜଜ୍ କରୁଥିଲେ। ଏହା ସେହି ଶୋ ଯାହା ଅନେକ ଉଦୀୟମାନ ଷ୍ଟାର୍ ସୃଷ୍ଟି କରିଥିଲା । ଏହି ଶୋ’ରୁ ଟିଭି ଦୁନିଆକୁ କପିଲ ଶର୍ମା, ଭାରତୀ ସିଂଙ୍କ ଭଳି ଷ୍ଟାର୍ ମିଳିଛି।