କରୋନାରେ ସଂକ୍ରମିତ ହେଲେ ଅଭିନେତା ଫରଦିନ ଖାନ

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

0

(ମୁମ୍ବାଇ) : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ବାଦ ପଡୁନି ବଲିଉଡ ଜଗତ । ବର୍ତ୍ତମାନ ଅଭିନେତା ଫରଦିନ ଖାନ କରୋନା ସଂକ୍ରମିତ ହୋଇଛନ୍ତି। ଏହାର ସୂଚନା ଅଭିନେତା ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି।

ସୂଚନାନୁଯାୟୀ , ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଫରଦିନ ଲେଖିଛନ୍ତି, ‘ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ୍ ଆସିଛି। କିନ୍ତୁ ମୁଁ ଭାଗ୍ୟବାନ ମୋର କୌଣସି ଲକ୍ଷଣ ନାହିଁ। ଯେଉଁମାନ କରୋନାରୁ ସୁସ୍ଥ ହେଉଛନ୍ତି ସେ ସମସ୍ତଙ୍କୁ ଶୁଭକାମନା। ଟିକିଏ ବି ଡାଉଟ୍ ହେଲେ ନିଜର ଟେଷ୍ଟ କରାଇ ନିଅନ୍ତୁ। କାରଣ କରୋନା ଏବେ ଛୋଟ ପିଲାଙ୍କୁ ମଧ୍ୟ ହେଉଛି।