ବଲାଙ୍ଗୀରରେ କୃଷକ ପରିବାରର ଆତ୍ମହତ୍ୟା ଉଦ୍ୟମ, ୨ ମୃତ

ମୃତ୍ୟୁ ମୁଖରୁ ବର୍ତ୍ତିଗଲା ୬ ବର୍ଷର ଶିଶୁ

0

ବଲାଙ୍ଗୀର: ରାଜ୍ୟରେ ଦିନକୁ ଦିନ ଫସଲ ଜନିତ କ୍ଷୟକ୍ଷତି ଓ ଋଣ କାରଣରୁ ଚାଷୀ ଆତ୍ମହତ୍ୟା ବଢିବାରେ ଲାଗିଛି। ସରକାରଙ୍କର ବ୍ୟାପକ ଆର୍ଥିକ ସହାୟତା ସତ୍ତେ୍ୱ ଚାଷୀମାନେ ଋଣ ଯନ୍ତାରୁ ମୁକୁଳି ପାରୁନାହାଁନ୍ତି। ଏହାଛଡା ରାଜ୍ୟରେ ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକ ଦେଖିବାକୁ ମିଳିଥାଏ। ଫଳରେ ଚାଷୀକୂଳ ଏଥିରେ ବେଶ ପ୍ରଭାବିତ ହୋଇଥାନ୍ତି। ମରୁଡି ଓ ଫସଲ ଜନିତ କ୍ଷୟକ୍ଷତି କାରଣରୁ ଚାଷୀଙ୍କ ମେରୁଦଣ୍ଡ ମଧ୍ୟ ଭାଙ୍ଗି ଯାଇଥାଏ। ତେଣୁ ଶେଷରେ ଋଣ କରି ଚାଷ କରିଥିବା ଚାଷୀଟି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ। ବଲାଙ୍ଗୀର ଜିଲ୍ଲାର ଖପରାଖୋଲ ବ୍ଲକରେ ଏକ ଚାଷୀ ପରିବାର ଆତ୍ମହତ୍ୟା ଉଦ୍ୟମ କରି ୨ ଜଣ ପ୍ରାଣ ହରାଇଛନ୍ତି। ହେଲେ ଏଥିରୁ ୬ ବର୍ଷର ଶିଶୁ ବର୍ତ୍ତିଯାଇଛି। ସୂଚନା ଅନୁସାରେ କୃଷିଜନିତ କ୍ଷୟକ୍ଷତି ପରିବାରର ଆର୍ôଥକ ଅନାଟନ ଯୋଗୁ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି। ପରିବାରର ସନ୍ତୋଷିନୀ ସାହୁ (୪୨), କଳାବତୀ ସାହୁ (୮୦)ଙ୍କର ମୃତ୍ୟୁ ଘଟିଥିବାବେଳେ ୬ ବର୍ଷର ବାଳକ ରାମ ସାହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହସ୍ପିଟାଲରେ ଶିଶୁଟିର ଚିକିତ୍ସା ଚାଲିଥିବା ଜଣାପଡିଛି।