ଭାରତ

କୃଷି ଆଇନର କପି ପୋଡି ଲୋହରି ପାଳିଲେ ଚାଷୀ

(ନୁଆଦିଲ୍ଲୀ): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି କୃଷକମାନେ ସିଂଘୁ ସୀାମାରେ ଆନ୍ଦୋଳନ ଚଳାଇଛନ୍ତି । ଏହି ଆଇନକୁ ପ୍ରତ୍ୟାହାର ଦାବି ଜିଦରେ ଅଟଳ ରହିଛନ୍ତି କୃଷକ । ସରକାରଙ୍କ ସହ ଏନେଇ ବାରମ୍ବାର ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏହା ମଧ୍ୟରେ ଆଜି ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀାମାନେ ଲୋହରି ପାଳିଛନ୍ତି । ମକର ସଂକ୍ରାନ୍ତିର ପୂର୍ବ ସଂଧ୍ୟାରେ କୃଷକମାନେ ନୁତନ କୃଷି ଆଇନର କପି ଜଳାଇଛନ୍ତି । ଏଥିପାଇଁ ବିକ୍ଷୋଭ କରୁଥିବା ଚାଷୀମାନେ ପୂର୍ବରୁ ପ୍ରସ୍ତୁତି କରିଥିଲେ । ଦିଲ୍ଲୀ-ଚଣ୍ଡିଗଡ ରାସ୍ତାରେ କାଠଗଦା କରି କୃଷକମାନେ କୃଷି ଆଇନର କପି ଜଳାଇଥିଲେ । କୃଷକମାନେ ସିଂଘୁ ସୀମାରେ ଲୋହରି ପାଳନ କରିଥିବା ବେଳେ ବୁଧବାର ମକର ସଂକ୍ରାନ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ପଞ୍ଜାବ ଓ ହରିଆଣାର ଚାଷୀମାନେ ଲୋହରି ଓ ମକର ସଂକ୍ରାନ୍ତ ପାଇଁ ଘରକୁ ନ ଫେରି କୃଷି ଆଇନର କପି ପୋଡି ଏହି ଲୋକ ଉତ୍ସବକୁ ପାଳନ କରିଛନ୍ତି । ସୁଚନାଯୋଗ୍ୟ. ଲୋହରି ପାଳନ ଅବସରରେ ପଞ୍ଜାବ ଓ ହରିଆଣାର ଚାଷୀମାନେ ଅଗ୍ନିକୁ ଅମଳ ହୋଇଥିବା ଶସ୍ୟ ଅର୍ପଣ କରିଥାନ୍ତି । ଲୋହରି ପାଳନ ପାଇଁ ଗତକାଲି ଠାରୁ ଚାଷୀମାନେ ସିଂଘୁ ସୀାମାରେ କାଠ ସଂଗ୍ରହ ଆରମ୍ଭ କରିଥିଲେ ।

Related posts

ଦିଲ୍ଲୀ ସ୍ଥିତ ପଣ୍ଡିତ ଦୀନଦୟାଲ ଅନ୍ତୋଦୟ ଭବନରେ ଅଗ୍ନିକାଣ୍ଡ

Report

କର୍ତ୍ତାରପୁର କରିଡର ଯିବା ପାଇଁ ଅଣଭାରତୀୟ ଶିଖଙ୍କୁ ପର୍ଯ୍ୟଟନ ଭିସା ଦେବ ପାକିସ୍ତାନ

Report

ଇପିଏଫ ସୁଧରେ ୮.୬୫% ବୃଦ୍ଧି

Report

Leave a Comment