ଚାଷୀ ସମାସ୍ୟା, ଆରଡିସି ଅଫିସ ଘେରିବ କଂଗ୍ରେସ

0

ବରଗଡ/ଚିତ୍ତରଞ୍ଜନ ସାହୁ : ବରଗଡ ଜିଲ୍ଲା ବରପାଲି ଡାକବଙ୍ଗଳା ଠାରେ ୧୫ଗୋଟି ଜିଲ୍ଲା କଂଗ୍ରେସ ଦଳର ଯୁବ ସଭାପତି ମାନଙ୍କ ଉପସ୍ଥିତିରେ ରାଜ୍ୟ ଯୁବ ସଭାପତି ଡ଼ ସ୍ମୁତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଜିଲ୍ଲା ଯୁବ ସଭାପତି ଅଭିଷେକ ସେଟଙ୍କ ସହଯୋଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚାଷୀ ମାନଙ୍କ ସମାସ୍ୟା ଯଥା ଚାଷୀ ମାନଙ୍କ ଲ୍ୟାପସ ଟୁକନ ପୁନଃ ରିନୂଆଲ କରି ଧାନ କିଣିବା, ଚାଷୀର ଉପଯୁକ୍ତ ଚାଷ ଜମି କୁ ଦେଖି ଧାନ ସେହି ପରିମାଣ ରେ କିଣିବା, ଭାଗ ଚାଷୀ ମାନଙ୍କ ଧାନ ୨୯୩୦ଟଙ୍କାରେ କିଣିବା, କଲା କୃଷି ଆଇନ କୁ ସରକାର ରଦ୍ଦ କରିବା, ଟୁକନ ବ୍ୟବସ୍ଥା ସମ୍ପୂର୍ଣ ବନ୍ଦ କରିବା, ବର୍ଷା ଅଭାବରୁ ଓ ଗଜା ମରୁଡି ଚାଷୀଙ୍କୁ ମାଗଣାରେ ବିହନ ଧାନ ଓ ସାର ମାଗଣା ରେ ଦେବା, କୃଷି ଋଣ କୁ ସମ୍ପୂର୍ଣ ଛାଡ଼ କରିବା, ବିନା ସୁଧାରେ କୃଷି ଋଣ ଦେବା, ସାତ ଗୋଟି ଦାବି ପତ୍ର ନେଇ ଆସନ୍ତା ୨୬ ତାରିଖ ଦିନ ସମ୍ବଳପୁର ଆରଡିସି ଅଫିସ ଘେରାଓ କରିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଥିବା ରାଜ୍ୟ କଂଗ୍ରେସ ଦଳ ଉପସଭାପତି ବିରେନ୍ଦ୍ର ବାଗ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।