ବିନା ପାଣି ଓ ମାଟିରେ ହେଉଛି ଚାଷ

0

ଦୁବାଇ:ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ,ହେଲେ ଭାରତକୁ ଟପି ଗଲାଣି ଦୁବାଇ। ଭାରତରେ ଆଉ ଅର୍ଗାନିକ୍ ଚାଷ ବା ଜୈବିକ ପଦ୍ଧତିର ଚାଷ ଦେଖିବାକୁ ମିଳୁନି। କମ୍ ସମୟରେ ବେଶୀ ଫସଲ କିପରି ହେବ ସେଥିପାଇଁ ବିଭିନ୍ନ ରାସାୟନିକ ପଦ୍ଧତିରେ ଚାଷ କରାଯାଉଛି। ହେଲେ ଆପଣ ଦୁବାଇର ଚାଷ ଦେଖିଲେ ଆଶ୍ଚର୍ୟ୍ୟ ହୋଇଯିବେ। ଆମେ ଜାଣୁଯେ ଆକାଶ ଛୁଆଁ ଅଟ୍ଟାଳିକା ପାଇଁ ଦୁବାଇ ଜଣାଶୁଣା। ହେଲେ ଚାଷରେବି ସମସ୍ତଙ୍କୁ ପଛରେ ପକାଇବା ପାଇଁ ଏବେ ପ୍ରୟାସ କରୁଛି ଦୁବାଇ।

ଆଜିଠାରୁ କିଛି ସମୟ ପୂର୍ବରୁ ପ୍ରାୟ ୮୫ ପ୍ରତିଶତ ଖାଦ୍ୟ ବାହାର ଦେଶରୁ କିଣୁଥିଲା ଦୁବାଇ। କାରଣ ମରୁଭୂମିରେ ଚାଷ ସମ୍ଭବ ନଥିଲା। କିନ୍ତୁ ଏବେ ଦୁବାଇରେ କୃଷି ବଢ଼ି ଚାଲିଛି, ତାହା ପୁଣି ବିନା ପାଣିରେ। ଦୁବାଇରେ ଯେଉଁଠି ଗାତ ଖୋଳିବା ତେଲ ବାହାରିବ। ତେଣୁ ସେଠାରେ କିଭଳି ଚାଷ କରାଯାଉଥିବ ତାହା ଜାଣିବା ପାଇଁ ଆପଣ ନିଶ୍ଚୟ ଚାହୁଁଥିବେ।ଭର୍ଟିକାଲ ଫାର୍ମିଂ ଦ୍ଵାରା ଏହି ମରୁଭୂମିରେ ଟମାଟୋ, ପିଆଜ, କୋବି, ପୋଟଳ, ବାଇଗଣ, ଲଙ୍କା ସବୁକିଛି ଫସଲ ହୋଇପାରୁଛି। ପାଣିର ସମସ୍ୟାକୁ ପଛରେ ପକାଇ ଦେଇଛି ଦୁବାଇ। ଏକ ବିରାଟ ଜାଗାରେ ଛାଇ କରାଯାଇ, ତାପମାତ୍ରାକୁ କଣ୍ଟ୍ରୋଲକୁ ଅଣାଯାଇଛି। ମାଟି ତଳେ ଗାତ କରି ଲମ୍ବା ପାଇପରେ ଉପରକୁ ଉପରକୁ ଥାକ କରାଯାଇ ସେହି ଥାକ ଉପରେ ମାଟି ପକାଯାଇଛି। ମାଟିର ଲ୍ୟାବ ଟେଷ୍ଟ କରାଯାଇ, ଏଥିରେ କମ୍ପୋଷ୍ଟ ମିଶାଯାଇଛି।

ସଂପୂର୍ଣ୍ଣ ଛାତରେ ପାଣି ଛିଞ୍ଚନ ମେସିନ ଲାଗିଛି । ସମୟ ସମୟରେ ଏହି ମେସିନରୁ ଧୂଆଁ ଭଳି ପାଣି ସ୍ପ୍ରେ କରାଯାଏ, ଯାହା ଏହି ଜାଗାର ତାପମାତ୍ରାକୁ କୃଷି ପାଇଁ ଉପଯୁକ୍ତ କରି ପାରିବ। ଟେମ୍ପ୍ରରେଚର୍ ନର୍ମାଲ ହୋଇଗଲେ, ମେସିନରେ ଲାଗିଥିବା ସେନ୍ସର ମେସିନ୍କୁ ବନ୍ଦ କରିଦିଏ । ଏହି ଟେକ୍ନିକ୍ ଦ୍ଵାରା ଦୁବାଇରେ ବଡ ବଡ ଭର୍ଟିକାଲ ଫାର୍ମ ତିଆରି ଚାଲିଛି। ହୁଏତ ଆଗାମୀ କିଛି ବର୍ଷ ଭିତରେ ଦୁବାଇ ବାହାର ଦେଶରୁ ଖାଦ୍ୟ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିଦେବ।ତେବେ କେବଳ ଦୁବାଇ ନୁହେଁ ଇସ୍ରାଏଲରେବି ଏଭଳି ଭର୍ଟିକାଲ ଫାର୍ମିଙ୍ଗ ଚାଲୁ ରହିଛି। ଏବେ ଏହି ନୂଆ ପଦ୍ଧତିରେ କୃଷି ଜାରି ରହିଛି। ଅବଶ୍ୟ ଭାରତର ମହାରାଷ୍ଟ୍ରରେ ମଧ୍ୟ ଏଭଳି ଭର୍ଟିକାଲ ଫାର୍ମ ଆରମ୍ଭ କରାଗଲାଣି । ଆଜିକାଲି କେବଳ ଭର୍ଟିକାଲ ଫାର୍ମିଂରେ ଚାଷ କରାଯାଉନାହିଁ। ଏବେ ଉପରେବି ଆଳୁ ଫଳୁଛି। ଏହି ଟେକ୍ନିକ୍କୁ ଆରୋ ପାନିକ୍ସ କୁହାଯାଏ।