Reporters Today
  • Home
  • ଓଡିଶା
  • କଣିହାଁରେ ଗୋମାତାଙ୍କ ସହ ସାଂଘାତିକ ଖେଳ
ଓଡିଶା

କଣିହାଁରେ ଗୋମାତାଙ୍କ ସହ ସାଂଘାତିକ ଖେଳ

ଜ୍ୟୋତିରଂଜନ ଧର/ଅନୁଗୁଳୁ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକରେ ଗୋମାତାଙ୍କ ସହ ଚାଲିଛି ସାଂଘାତିକ ଖେଳ । ସବୁଠାରୁ ଆର୍ଶ୍ଚ୍ୟର କଥା ଏହି ଗୋଚାଲାଣ କାରବାରରେ କଣିହାଁ ବ୍ଲକସ୍ଥ ସମଲ, ଖମାର ଓ କଣିହାଁ ଆଦି ୩ ଥାନା ଦେଇ ଏହି ବେଆଇନ କାରବାର ଚାଲିଛି । ଅଧିକାରୀ ସହଯୋଗ କରୁଥିବା ଗୋପ୍ରେମୀ ଅଭିଯୋଗ କରିଛନ୍ତି । ଯାହାକି ଚିନ୍ତାର ବିଷୟ ।
ପ୍ରକାଶ ଯେ, କଣିହାଁ ବ୍ଲକରେ ଏକ ଗୋ ର୍ୟାକେଟ୍ ରୀତିମତ ବାହାର ରାଜ୍ୟକୁ ଗୋଚାଲାଣ କରୁଛନ୍ତି । ଏହି ର୍ୟାାକେଟର ସଦସ୍ୟମାନେ ବ୍ଲକର ବିଭିନ୍ନ ସ୍ଥାନରୁ ଗୋରୁ ସଂଗ୍ରହ କରି କେନ୍ଦୁଝରଠାରେ ଶନିବାର ହେଉଥିବା ଛାମୁଣ୍ଡା ହାଟକୁ ନେଉଥିବା ପ୍ରତିକ୍ରିୟାରେ କହିଛନ୍ତି । ପରେ ଟିଟ୍ରିମାର ବ୍ରାହ୍ମଣୀ ନଦୀର ଘାଟରୁ ଗୋରୁ ପଲକୁ ଏକ ପମ୍ପ ଚାଳିତ ଡ଼ଙ୍ଗାରେ ଅତି ଦୟନୀୟ ଭାବେ ବାନ୍ଧି ସନ୍ଧ୍ୟା ସମୟରେ କର୍ଣ୍ଣାଳ ଘାଟକୁ ନିଆଯାଇଥିଲା । ପ୍ରବଳ ଶୀତ କାକରକୁ ଖାତିର ନକରି ର୍ୟାକେଟର ସଦସ୍ୟମାନେ ସକାଳେ ଏବଂ ସନ୍ଧ୍ୟା ସମୟରେ ଗୋରୁ ପଲକୁ ଦୟନୀୟ ଭାବେ ପାର କରୁଛନ୍ତି । ସାପ୍ତାହର ମଙ୍ଗଳବାର, ଗୁରୁବାର ଏବହଂ ଶୁକ୍ରବାର ବର୍ଷତମାମ ଚାଲାଣ ହେଉଥିବା ଜଜଣାଡ଼ିଛି । ତେବେ ଚିନ୍ତାର ବିଷୟ ହେଲା ଏହା କଣିହାଁ ଥାନା, ସମଲ ଥାନା ଏବଂ ଖମାର ଥାନା ଇଲାକାରେ ଆସୁଛି । ଏନେଇ ଗୋଚାଲାଣ ସମୟରେ ଏହି ଥାନାଗୁଡ଼ିକୁ ଫୋନ କଲେ ସେମାନେ ଗୋଚାଲାଣ ରୋକିବା ପରିବର୍ତେ ସେମାନେ ଗୋଚାଲାଣ ର୍ୟାକେଟକୁ ସତର୍କ କରାଯାଇ ଛାଡି ଦେଉଥିବା ଗୋପ୍ରେମୀ ଅଭିଯୋଗ କରିଛନ୍ତି । ଏପରିକି ଗୋପ୍ରେମୀଙ୍କୁ ହତ୍ୟା ଧମକ ଦିଆଯାଉଥିବା ନାମ ଗୋପନ ରଖିବା ପାଇଁ ପ୍ରକାଶ କରିଛନ୍ତି । ସେହିପରି ଏହି ବେଆଇନ କାରବାରରେ ମାସିକିଆ ଚାନ୍ଦା ନେଇ କିଛି ସାମାଜିକ ଗଣମାଧ୍ୟମର କର୍ମକର୍ତା ଏହି କାରବାରରେ ସହଯୋଗ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏଣୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଜିଲ୍ଲାର ସ୍ୱତନ୍ତ୍ର ସ୍କ୍ାର୍ଡ଼କୁ ନିୟୋଜିତ କରି ଗୋଚାଲାଣ ରୋକିବା ସହ ଏଥିରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Related posts

ପ୍ରଜା ଆନ୍ଦୋଳରେ ଗୁରୁତ୍ୱ ବହନ କରିଥିବା ରାଜା ଉଆସ ଏବେ ଭୂତ କୋଠି

Report

ଅପେକ୍ଷାର ଅନ୍ତ , ଓଡ଼ିଶା ଅଭିମୁଖେ କଳ୍ପନା ଦାଶଙ୍କ ମରଶରୀର

Report

୬ଟି ପ୍ରବେଶପଥ ନିକଟରେ ନାକା ଟିମ ୨୪ ଘଣ୍ଟିଆ ମୁତୟନ

Report

Leave a Comment