ପାଣିରେ ବୁଡି ଜେଜେ ବାପା ଓ ନାତି ମୃତ

0

ନବରଙ୍ଗପୁର (ଟୁକୁନା ଖୁରା) :- ପାଣିରେ ବୁଡି ଜେଜେ ବାପା ଓ ନାତିର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ଅନ୍ତର୍ଗତ କାନାଗୁଡାର ଛଞ୍ଚାଣକୋଟରେ । ତେବେ ଛଞ୍ଚାଣକୋଟ ଠାରେ ଥିବା ଏକ ବନ୍ଧରେ ବୁଡି ଜେଜେ ବାପା ଓ ନାତିଙ୍କର ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ରବିବାର କାନାଗୁଡ଼ାର ଲବ ହରିଜନ(୬୨) ବିଲକୁ ଯାଇଥିଲେ।

ତାଙ୍କ ନାତି ସୁରଜ ମଧ୍ୟ ଜେଜେ ବାପା ସହିତ ଘରକୁ ଫେରୁଥିଲା। ଛଞ୍ଚାଣକୋଟ ଠାରେ ଥିବା ଏକ ବନ୍ଧରେ ସେମାନେ ଗୋଡ ଧୋଉଥିବା ବେଳେ ପ୍ରଥମେ ନାତି ସୁରଜର ଗୋଡ ଖସିଯାଇ ବନ୍ଧ ଭିତରକୁ ପଳେଇଯାଇଥିଲା । ନାତି ପାଣିରେ ବୁଡିଯାଉଥିବା ଦେଖି ଜେଜେ ବାପା ଲବ ନାତିକୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ପଶିଗଲା। କିନ୍ତୁ ଆଉ ଉପରକୁ ଆସିପାରିଲା ନାହିଁ। ମୃତ ଜେଜେ ବାପା ଓ ନାତିଙ୍କୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ।