ରୋଗ ନୁହେଁ ଭୟ ନେଲା ଜୀବନ

0

ବେଙ୍ଗଲୁରୁ(ରିପୋର୍ଟର୍ସ ଟୁଡେ): କର୍ଣ୍ଣାଟକ ହାଭେରୀଠାରେ ଘଟିଛି ଏକ ଅଭାବନୀୟ ଘଟଣା । ୭୦ ବର୍ଷୀୟ ଜଣେ ବୃଦ୍ଧଙ୍କର ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ଖରାପ ହେଉଥିବାରୁ ସେ ବେକରେ ବେଡ ଶିଟ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କୋରୋନାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ଏଭଳି ଏକ ପଦକ୍ଷେପ ନେଇଛନ୍ତି ।
ଗତ ୩ ତାରିଖରେ ମହାମାରୀ କୋରୋନାରେ ସଂକ୍ରମିତ ହୋଇଥିଲେ କର୍ଣ୍ଣାଟକ ରାନେବେନ୍ନୂରରେ ରହୁଥିବା ଲାମନି ଆଦିବାସୀ ସମ୍ପ୍ରଦାୟର ଏହି ବୃଦ୍ଧ ଜଣକ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇତିଲେ ହେଁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ୫ ତାରିଖରେ ହାଭେରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱତନ୍ତ୍ର ୱାର୍ଡରେ ତାଙ୍କର ଚିକିତ୍ସା ହେବାରୁ ଧିରେ ଧିରେ ସେ ସୁସ୍ଥ ହେଉଥିବାର ପରିଲକ୍ଷିତ ହେଉତିଲା । କିନ୍ତୁ ରୋଗକୁ ନେଇ ହେଉଥିବା ବିଭିନ୍ନ ପ୍ରକାରର ଗୁଜବକୁ ବିଶ୍ୱାସ କରି ଗତକାଲି ରାତିରେ ସେ ଆତ୍ମହତ୍ୟା କରିଛନ୍ତି । ହସ୍ପିଟାଲରେ ସମସ୍ତେ ଶୋଇଯିବା ପରେ ୱାର୍ଡର ଦୁଆରମୁହଁରେ ବେକରେ ବେଡଶିଟ ଲଗାଇ ଆତ୍ମହତ୍ୟା ବୃଦ୍ଧଜଣକ କରିଥବା ସିସିଟିଭିରୁ ଦେଖାଯାଇଛି ।