ମୃଦୁ ଭୂମିକମ୍ପ ଅନୁଭବ

0

ନବରଙ୍ଗପୁର: ( ଟୁକୁନା ଖୁରା) – ଆଜି ସକାଳେ ଝରୀଗାଁ ଏବଂ ଅନ୍ୟାନ୍ୟ ଅଂଚଳ ରେ ମୃଦୁ ଭୂମି କମ୍ପ ଅନୁଭୁତ ହୋଇଛି । ତେବେ ଖବର ମୁତାବକ କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ଝରୀଗାଁ, ଉମମରକୋଟ, ଡାବୁଗାଁ, ଚନ୍ଦାହାଣ୍ଡି, ରାଇଘର ଏହିସବୁ ଅଂଚଳ ରେ ହୋଇଥିବାର ଜଣା ପଡିଛି।ତେବେ ଝରୀଗାଁ ଅଂଚଳ ରେ ଏହା ଠିକ ୧.୨୯ ମିନିଟ ରେ ଅନୁଭୂତ ହୋଇଥିଲା  । ଏହା କିଛି ସେକେଣ୍ଡ ଏଭଳି ଶବ୍ଦ ହୋଇଥିଲା, ଯେ ଲୋକେ ଭୟ ରେ ଘରୁ ବାହାରି ପଡି ଥିଲେ ସରକାରୀ ସୂତ୍ର ରୁ ରିଆକ୍ଟର ସ୍କେଲ ରେ ଏହାର ତୀବ୍ରତା ୩.୫ଜଣା ପଡିଛି।