ମାତ୍ର ଆଉ ୪ଦିନ ରହିଲା ଫିଫା ବିଶ୍ୱକପ

0

ଭୁବନେଶ୍ୱର: ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଛି ଫିଫା ବିଶ୍ୱକପ । ଏହି ଫିଫାରେ ଖାସକରି ୧୭ବର୍ଷରୁ କମ ମହିଳା ଖେଳିବେ । ତେବେ ଫିଫାବିଶ୍ୱକପ ଆଉ ୪ଦିନ ପରେ ଆରମ୍ଭ ହେବାକୁ ଯାଉଥିବା ବେଳେ ବୁଧବାର ୨୧ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ମୁଖ୍ୟ ପ୍ରଶିକ୍ଷକ ଥମାସ ଡେନର୍ବି ଖେଳାଳି ମାନଙ୍କୁ ଚୟନ କରିଥିଲେ ଫିଫାବିଶ୍ୱକପ ପାଇଁ ।

ତେବେ ଦୁଃଖର ବିଷୟ ହେଉଛି ସେହି ୨୧ଜଣଙ୍କ ମଧ୍ୟରୁ କେହି ବି ଓଡ଼ିଆ ଖେଳାଳି ସ୍ଥାନ ପାଇନାହାନ୍ତି । କଳିଙ୍ଗ ଷ୍ଟାଡ଼ିଅମ ରେ ହେବାକୁ ଥିବା ଫିଫା, ଆସନ୍ତା ମଙ୍ଗଳବାର ଦିନ ଭାରତୀୟ ଫୁଟବଲ ଦଳ ଆମେରିକା ସହ ଖେଳି ଅଭିଯାନ ଆରମ୍ଭ କରିବେ । ତାହାପରେ ଅକ୍ଟୋବର ୧୪ରେ ମରକ୍କୋ ଓ ଅକ୍ଟୋବର ୧୭ରେ ବ୍ରାଜିଲ ସହ ଲିଗ ମ୍ୟାଚ ଖେଳିବେ ଏ ଗ୍ରୁପ । ସେହିପରି ବି ଗ୍ରୁପର ଅନ୍ତିମ ଲିଗ୍ ମ୍ୟାଚ ନାଇଜେରିଆ ଓ ଚୀନ ମଧ୍ୟରେ ଖେଳାଯିବ ।

ଭାରତର ସମସ୍ତ ୩ଲିଗ ମ୍ୟାଚ ସହିତ କଳିଙ୍ଗ ଷ୍ଟାଡ଼ିଅମରେ ମୋଟ ୬ଟି ମ୍ୟାଚ୍ ଖେଳାଯିବ । ତେବେ ବିଶ୍ୱକପ ପାଇଁ ବିଦେଶୀ ଖେଳାଳି ଟିମ ଗୁଡ଼ିକ ଗତ ବୁଧବାର ଦିନ ଆସି ପହଁଚିସାରିଛନ୍ତି । ସେମାନେ ନିଜ ନିଜ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କଳିଙ୍ଗ ଷ୍ଟାଡ଼ିଅମରେ ଅଭ୍ୟାସ ଜାରି ରଖିଛନ୍ତି । ଆୟୋଜକ ଭାବେ ଭାରତୀୟ ଯିବାମାନେ ବିଶ୍ୱକପ ପଦାର୍ପଣର ସୁଯୋଗ ପାଇବେ ।

ତେବେ ବିଶ୍ୱ କପ ପାଇଁ ଅନଲାଇନ ଓ ଅଫଲାଇନ ରେ ଟିକେଟ ବିକ୍ରି ହେବା ଷ୍ଟାର୍ଟ ହେଲାଣି । ଟିକେଟର ମୂଲ୍ୟ ୧୦୦ ଓ ୨୦୦ ଟଙ୍କା ରଖାଯାଇଛି । କଳିଙ୍ଗ ଷ୍ଟାଡ଼ିଅମ ଗେଟ ନଂ ୪-ଏ ନିକଟ କାଉଣ୍ଟରରେ ମିଳୁଛି ଅଫଲାଇନ ଟିକେଟ । ମ୍ୟାଚ ନଥିବା ଦିନ ସକାଳ ୧୧ଟାରୁ ସନ୍ଧ୍ୟା ୬ ଯାଏ ଓ ମ୍ୟାଚ ଥିବା ଦିନ ୧୧ରୁ ଦ୍ୱିତୀୟ ମ୍ୟାଚ ଆରମ୍ଭ ହେବା ପର୍ଯ୍ୟନ୍ତ ଟିକେଟ ମିଳିବ ।

ଅକ୍ଟୋବର ୧୧,୧୪, ୧୭ ତାରିଖରେ ଦୁଇଟି ଲେଖାଏ ମ୍ୟାଚ ଯଥାକ୍ରମେ ଅପରାହ୍ନ ୪.୩୦ ଓ ରାତି ୮.୦୦ ରେ ଖେଳାଯିବ । ଅନଲାଇନ ଟିକେଟ ମଧ୍ୟ ଲସଲବ.ମକ୍ଟଜ୍ଞ/ଗ୍ଧସମଳରଗ୍ଧଗ୍ଦ ଉପଲବ୍ଧ ରହିଛି । ତେବେ ୧୮ବର୍ଷରୁ କମ ପିଲାଙ୍କ ସହ ଜଣେ ବୟସ୍କ ବ୍ୟକ୍ତି ଆସିବା ବାଧ୍ୟତା ମୂଳକ ରହିଛି । ୨ବର୍ଷରୁ କମ ପିଲାଙ୍କ ପାଇଁ ଟିକେଟର ଆବଶ୍ୟକତା ନାହିଁ ।