ଆଖି ବୁଜିଲେ ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୌକସେ

ପରଲୋକରେ ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୌକସେ।

0

(ମୁମ୍ବାଇ) : ପରଲୋକରେ ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୌକସେ। ୮୩ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗ ହେତୁ ଆଜି ସକାଳ ୮ଟାରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦଶନ୍ଧି ଧରି ଫିଲ୍ମ ସମୀକ୍ଷକ ଭାବେ ନିଜ କ୍ୟାରିଅର କରିଥିବା ଜୟ ପ୍ରକାଶ ବେଶ୍‌ ଲୋକପ୍ରିୟ ଥିଲେ। ଜୟ ପ୍ରକାଶ ଚୌକସେଙ୍କ ଦେହାନ୍ତରେ ତାଙ୍କ ପ୍ରଶଂସକମାନେ ଗଭୀର ଦୁଃଖିତ ହୋଇ ପଡ଼ିଛନ୍ତି। ସୋଶାଲ ମିଡିଆରେ ବହୁ ସଂଖ୍ୟାରେ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ସୂଚନାନୁଯାୟୀ , ଫିଲ୍ମର ସମୀକ୍ଷା ତଥା ତାଙ୍କ ଲେଖନୀ ଶୈଳୀକୁ ପାଠକ ଖୁବ ଆଦୃତ କରୁଥିଲେ। ଏହାବାଦ ‘ପରଦେ କେ ପିଛେ’ ସ୍ତମ୍ଭ ତାଙ୍କୁ ଖୁବ୍‌ ଲୋକପ୍ରିୟ କରାଇ ପାରିଥିଲା। ଗତ ସପ୍ତାହରେ ସେ ଏହି ସ୍ତମ୍ଭକୁ ଶେଷ ଥର ପାଇଁ ଲେଖିଥିଲେ।