ମୁମ୍ବାଇ : ଶାହରୁଖ ଖାନଙ୍କ ଫିଲ୍ମ ପଠାନ ବକ୍ସ ଅଫିସରେ ଧମାଲ କରୁଛି । ଏବେ ବି ନିଜର କ୍ରେଜ୍ ଜାରି ରଖିଛି । ଏହି ଫିଲ୍ମ କଲେକସନ୍ ଅନେକ ରେକର୍ଡ ସୃଷ୍ଟି କରିଛି । ବକ୍ସ ଅଫିସର ସବୁଠାରୁ ସଫଳ ଚଳଚ୍ଚିତ୍ର ଭାବରେ ବିବେଚନା କରାଯାଏ । ଏବେ ଫିଲ୍ମର ୫ମ ଦିନର ବକ୍ସ ଅଫିସ୍ ଆକଳନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପଠାନରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମଙ୍କୁ ମଧ୍ୟ ପ୍ରଶଂସା କରାଯାଉଛି । ଏହି ଚଳଚ୍ଚିତ୍ରଟି ଣଜୠ ପ୍ରଡକ୍ସନ୍ ଦ୍ୱାରା ର୍ନିମିତ । ସ୍ପାଏ ୟୁନିଭର୍ସର ଏହି ଚଳଚ୍ଚିତ୍ରର ଟ୍ୱିଷ୍ଟ ଏବଂ ଟର୍ନ ପ୍ରଶଂସକଙ୍କୁ ବହୁତ ପସନ୍ଦ କରୁଛନ୍ତି ।
ଫିଲ୍ମରେ ସଲମାନଙ୍କ କ୍ୟାମୋକୁ ମଧ୍ୟ ତୀବ୍ର ଆଲୋଚନା କରାଯାଉଛି । ଏଭଳ ପରିସ୍ଥିତିରେ ବର୍ତ୍ତମାନ ଖବର ଆସୁଛି ଯେ ରିଲିଜ ହେବାର ପାଞ୍ଚ ଦିନ ମଧ୍ୟରେ ଫିଲ୍ମ ୫୦୦ କୋଟି ଟଙ୍କା ଅତିକ୍ରମ କରିଛି । ବଲିଉଡ ଅଭିନେତା ଶାହରୁଖଙ୍କ ଫିଲ୍ମ ପଠାନର ବକ୍ସ ଅଫିସରେ ସଂଗ୍ରହର ପ୍ରାରମ୍ଭିକ ଆକଳନ ଅର୍ଥାତ ରବିବାର ଦିନ ସାମ୍ନାକୁ ଆସିଛି । ଏହି ସମୟରେ, ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ପଠାନର ୫ମ ଦିନିଆ ବକ୍ସ ଅଫିସ୍ ସଂଗ୍ରହ ୬୦-୬୨ କୋଟି ମଧ୍ୟରେ ହେବୟ ଯେଉଁଥିରେ ଦାବି କରାଯାଉଛି ଯେ ଫିଲ୍ମ ପଠାନ ମାତ୍ର ୫ ଦିନ ମଧ୍ୟରେ ୫୦୦ କୋଟି ଟଙ୍କା ଅତିକ୍ରମ କରିଛି । ଯାହା ସହିତ ଫିଲ୍ମ ଏକ ବଡ଼ ରେକର୍ଡ ହାସଲ କରିଛି । ଏହାପୂର୍ବରୁ କୌଣସି ବଲିଉଡ ଫିଲ୍ମ ପ୍ରଶଂସକଙ୍କ ଠାରୁ ଏତେ ଭଲ ପାଇବା ପାଇନାହିଁ ।
ପଠାନଙ୍କ ସଫଳତା ପରେ ଶାହରୁଖ ପୁଣି ଥରେ ବକ୍ସ ଅଫିସରେ ରାଜା ସାବ୍ୟସ୍ତ ହୋଇଛନ୍ତି । ଏହି ଚଳଚ୍ଚିତ୍ରଟି ରିଲିଜ୍ ହେବାର ଚତୁର୍ଥ ଦିନ ଅର୍ଥାô ଶନିବାର ପର୍ଯ୍ୟନ୍ତ ୪୨୯କୋଟି ବିଶ୍ରେ ବ୍ୟବସାୟ କରିଛି । ଅନ୍ୟପକ୍ଷରେ, ୫ ଦିନରେ ଏହି ସଂଖ୍ୟା ୫୦୦ କୋଟି ଅତିକ୍ରମ କରିଛି । ପଠାନଙ୍କ ଅଧିକାଂଶ ଶୋ’ ଦିଲ୍ଲୀ ଏବଂ ମୁମ୍ବାଇ ପରି ବଡ ସହରରେ ହାଉସପୁଲ ଯାଉଛି ।