ଜୁନ୍ ୧୦ ନୁହେଁ ୩ରେ ରିଲିଜ୍ ହେବ ଫିଲ୍ମ ‘ପୃଥ୍ୱୀରାଜ’

ଫିଲ୍ମ ‘ପୃଥ୍ୱୀରାଜ’କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜାରି ରହିଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କୁ ସମ୍ରାଟ ପୃଥ୍ୱୀରାଜ ଚୌହାନଙ୍କ ଭୂମିକାରେ ଦେଖିବାକୁ ମିଳିବ।

0

(ମୁମ୍ବାଇ) : ଫିଲ୍ମ ‘ପୃଥ୍ୱୀରାଜ’କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜାରି ରହିଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କୁ ସମ୍ରାଟ ପୃଥ୍ୱୀରାଜ ଚୌହାନଙ୍କ ଭୂମିକାରେ ଦେଖିବାକୁ ମିଳିବ। ତେବେ ଫିଲ୍ମଟି ଜୁନ୍ ୧୦ ରେ ରିଲିଜ୍ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଫିଲ୍ମଟି ନିର୍ଦ୍ଧାରିତ ତାରିଖ ପୂର୍ବରୁ ରିଲିଜ୍ ହେବାକୁ ଘୋଷଣା କରାଯାଇଛି।

ସୂଚନାନୁଯାୟୀ , ଫିଲ୍ମର ରିଲିଜ୍ ପାଇଁ ପ୍ରଶଂସକ ବହୁତ ଉତ୍ସାହିତ ଅଛନ୍ତି। ପୂର୍ବରୁ ଏହି ଫିଲ୍ମ ଜୁନ୍ ୧୦ ରେ ରିଲିଜ୍ ହେବାର ଥିଲା। ଏବେ ଫିଲ୍ମ ଜୁନ୍ ୩ ରେ ରିଲିଜ୍ ହେବ। ସମ୍ପ୍ରତି, ୟଶ ରାଜ ଫିଲ୍ମ୍‌ସ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି। ଏହି ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହେବ।