ପରଲୋକରେ ଜଣାଶୁଣା ଶେଫ୍‌ ତଥା ମାଲାୟାଲମ୍ ଚଳଚ୍ଚିତ୍ର ନିର୍ମାତା ନୌଶାଦ

ପରଲୋକରେ ଜଣାଶୁଣା ଶେଫ୍‌ ତଥା ମାଲାୟାଲମ୍ ଚଳଚ୍ଚିତ୍ର ନିର୍ମାତା ନୌଶାଦ । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା।

0

(ମୁମ୍ବାଇ) : ପରଲୋକରେ ଜଣାଶୁଣା ଶେଫ୍‌ ତଥା ମାଲାୟାଲମ୍ ଚଳଚ୍ଚିତ୍ର ନିର୍ମାତା ନୌଶାଦ । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ପରିବାର ସଦସ୍ୟ ଏନେଇ ସୂଚନା ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ପେଟ ସମ୍ବନ୍ଧୀୟ ରୋଗ ହେତୁ ଗତ ୩ ବର୍ଷ ଧରି ସେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ନିକଟରେ ତାଙ୍କର ଜଣେ ବନ୍ଧୁଙ୍କ ଫେସବୁକ୍ ପୋଷ୍ଟ ପରେ ଲୋକମାନେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ। ତାଙ୍କ ସମବେଦନା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ ନୌଶାଦ କିପରି ତାଙ୍କ ଟିଭି କାର୍ଯ୍ୟକ୍ରମ ମାଧ୍ୟମରେ କେରଳର ଲୋକଙ୍କୁ ବିଭିନ୍ନ ରୋଷେଇ ବିଷୟରେ ଅବଗତ କରାଉଥିଲେ ।

ସୂଚନାନୁଯାୟୀ , ମାସେ ପୂର୍ବରୁ ନୌଶାଦଙ୍କ ପତ୍ନୀ ଶିବାଙ୍କର ଅଗଷ୍ଟ ୧୨ରେ ହୃଦଘାତରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାର ମଧ୍ୟ ଏକ ଗଭୀର ଆଘାତରେ ଥିଲେ। ଅଗ୍ରଣୀ ରେଷ୍ଟୁରାଣ୍ଟ ତଥା କ୍ୟାଟରିଂ ଗ୍ରୁପ୍ ‘ନୌଶାଦ ବିଗ୍ ସେଫ୍’ର ମାଲିକ ଥିବା ନୌଶାଦ ରାଜ୍ୟର ସେଲିବ୍ରିଟି ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଜଣାଶୁଣା ଥିଲେ। ନୌଶାଦ ମମୁଟି-ଷ୍ଟାରର୍ ‘କଜ୍ୱା’ ନିର୍ମାଣ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ପରେ ସେ ‘ଚତମ୍ବି ନାଡୁ’, ‘ଲାୟନ’, ‘ବେଷ୍ଟ ଆକ୍ଟର୍’ ଏବଂ ‘ସ୍ପାନିସ୍ ମସାଲା’ ଭଳି କିଛି ମନୋନୀତ ଫିଲ୍ମ ନିର୍ମାଣ କରିଥିଲେ।