“ରାହୁଲ ଗାନ୍ଧୀ ମୁଦ୍ରାକରଣର ଅର୍ଥ କଣ ଜାଣିଛନ୍ତି : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
କେନ୍ଦ୍ର ସରକାରଙ୍କର ଏନ୍ଏମ୍ପି ଯୋଜନାକୁ ସମାଲୋଚନା କରିବା ପରେ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ କଟାକ୍ଷ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
(ଦିଲ୍ଲୀ) : କେନ୍ଦ୍ର ସରକାରଙ୍କର ଏନ୍ଏମ୍ପି ଯୋଜନାକୁ ସମାଲୋଚନା କରିବା ପରେ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ କଟାକ୍ଷ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟାସ୍ନାଲ ମୋନିଟାଇଜେସନ୍ ପାଇପ୍ଲାଇନ ପ୍ଲାନ ଘୋଷଣା କରିଥିଲେ। ଯାହାକୁ ସମାଲୋଚନା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଥିଲେ, ଘରୋଇ ଉଦ୍ୟୋଗକୁ ସହଯୋଗ କରିବା ପାଇଁ ଏପରି ଯୋଜନା ପ୍ରସ୍ତୁତ କରାଯାଇଛି।
ସୂଚନାନୁଯାୟୀ , ରାହୁଲଙ୍କର ଏଭଳି ପ୍ରତିକ୍ରିୟାର ଜବାବରେ କଟାକ୍ଷ କରି ପ୍ରଶ୍ନ କରିଛନ୍ତି ନିର୍ମାଳା। “ରାହୁଲ ଗାନ୍ଧୀ ମୁଦ୍ରାକରଣର ଅର୍ଥ କଣ ଜାଣିଛନ୍ତି କି ? ସେ କଂଗ୍ରେସ ଥିଲା ଯିଏ ଦେଶର ସମ୍ପତ୍ତିକୁ ବିକ୍ରି କରି ସେଥିରୁ ଲାଞ୍ଚ ନେଇଥିଲା। କଂଗ୍ରେସ ସରକାର ୮ ହଜାର କୋଟି ଟଙ୍କା ଠୁଳେଇବା ପାଇଁ ମୁମ୍ବାଇ-ପୁଣେ ଏକ୍ସପ୍ରେସ କା ମୁଦ୍ରାକରଣ କରିଥିଲା।” ସେହିପରି ୨୦୦୮ ମେ ମାସରେ ନୂଆ ଦିଲ୍ଲୀ ରେଳ ଷ୍ଟେସନ ପାଇଁ ଅନୁରୋଧ ପ୍ରସ୍ତାବ ଆଗତ କରିଥିଲା ବୋଲି ନିର୍ମଳା ପ୍ରତିକ୍ରିୟା ଦେଇଛନ୍ତି ।