ନକଲି ଗୁଟୁଖା କାରଖାନା ଠାବ

0

(ରଜନୀ କାନ୍ତ ପାତ୍ର / ହିଞିଳି) ; କୋରୋନା ଭାଇରସ ! ଯାହାକୁ ନେଇ ସବୁଠି ପୋଲିସ ପ୍ରଶାସନ ବ୍ୟସ୍ତ ରହୁଛି । ହେଲେ ଏହାର ସୁଯୋଗ ନେଇ କଳା ବେପାରି ମାନେ ମାଲାମାଲ ହେଉଥିବା ବେଳେ ଗଂଜାମ ପାଟପୁର ପୋଲିସ ତିନି ଦିନରେ ଦୁଇଟି ନକଲି ଗୁଟୁଖା କାରଖାନାକୁ ଠାବ କରିବାରେ ସକ୍ଷମ ହୋଇଛି । ଏଥିସହ ପ୍ରାୟ ପଚାଶ ଲକ୍ଷରୁ ଅଧିକ ନକଲି ସାମଗ୍ରୀକୁ ମଧ୍ୟ ଜବତ କରିଛି ।କୋରୋନା କବଳରେ ପୁରା ମାନବ ସମାଜ । ହେଲେ ଏହାରି ଭିତରେ କୋରୋନା ମହା ବିପତ୍ତିର ଫାଇଦା ଉଠାବାରେ ଲାଗିପଡିଛନ୍ତି କଳା ବେପାରି ମାନେ । ଗଲା ତିନି ଦିନ ମଧ୍ୟରେ ପାଟପୁର ପୋଲିସ ସେହି ଭଲି ଦୁଇଟି କଳା ବେପାରିକୁ ଠାବ କରିବାରେ ସକ୍ଷମ ହୋଇଥିବା ବେଳେ ଗଲା ଅନେକ ମାସ ଧରି ପଳାଶପୁରରେ ଚାଲିଥିବା ନକଲି ପାଣି ଓ ଗୁଟୁଖା କାରଖାନା କୁ ଠାବ କରିଛି । ଏମିତି କି ଗୁଟୁଖା ସାଙ୍ଗକୁ ବିଭିନ୍ନ ବ୍ରାଣ୍ଡର କୋଲଡ୍ରିଂ କୁ ମଧ୍ୟ ଜବତ କରିଥିବା ବେଳେ କଳା ବେପାର କରୁଥିବା ଏହି ମାମଲା ରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଖାଲି ସେତକି ନୁହଁ । ଏହି ଥାନାର ଏରେଣ୍ଡ୍ରା ଗ୍ରାମରେ ମଧ୍ୟ କାଳୀ ପ୍ରସାଦ ମିଶ୍ର ନାମକ ଜଣେ କଳା ବେପାରି ଗଲା ଅନେକ ମାସ ହେବ ନକଲି ଗୁଟୁଖା ପ୍ରସ୍ତୁତ ସାଙ୍ଗକୁ ନକଲି ସିଗାରେଟ ଓ କୁରୁକୁରି ତିଆରି କରି ଏବେ ପୋଲିସ କବଜାରେ । ଏମିତି କି ବିନା ନାମରେ ନକଲି ସିଗାରେଟ ପ୍ରସ୍ତୁତ କରି ପାଟପୁର ସମେତ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚାଲାଣ କରୁଥିବା ପୋଲିସ ଖବର ପାଇବା ପରେ କଳା ବେପାରିକୁ ଗିରଫ କରିବା ସହ ସେଠାରୁ ମଧ୍ୟ ଲକ୍ଷଲକ୍ଷ ଟଙ୍କା ର ମସଲା , ମେସିନ ଓ ନକଲି ସିଗାରେଟ ଜବତ କରିଥିବା ଜିଲ୍ଲାର ଅତିରିକ୍ତ ଏସପି ବିକେ ମଲ୍ଲିକ ସୂଚନା ଦେଇଛନ୍ତି ।ଏବଂ ଏହିଭଳି ଚଢାଉ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି ।