ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ୨୫ ତାରିଖ ଦିନ ପଡୁଛି ଦୀପାବଳି । ଦୀପାବଳି ଓଡ଼ିଶାରେ କାହିଁକି ସାରା ଭାରତରେ ଖୁବ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଇଥାଏ । ହେଲେ ଏଥର ଦୀପାବଳି ଟିକେ ଫିକା ପଡ଼ିଯିବ । ଦେବାଲି ଦିନ ପଡୁଛି କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ । ଏନେଇ ରାଜ୍ୟବାସୀ ଚିନ୍ତାରେ ଅଛନ୍ତି କେତେବେଳେ ଖାଦ୍ୟତ୍ୟାଗ କରିବେ । ଦେବନୀତି ନିଷେଧ ମଧ୍ୟ ରହିଛି ତାକୁ କିପରି ଜାଣିବେ । ତେବେ ଆସନ୍ତୁ ଜାଣିବା ଏହି ସୂର୍ଯ୍ୟପରାଗରେ କେତେବେଳେ କଣ କରିବେ ।
ସେଦିନ ଗ୍ରହଣ ସ୍ଫର୍ଶ କରିବ ଅପରାହ୍ନ ୪ଟା ୫୬ମିନିଟ ୫୨ସେକେଣ୍ଡରେ,ଏବଂ ସର୍ବମୋକ୍ଷ ହେବ ସନ୍ଧ୍ୟା ୬ଟା ୨୬ମିନିଟ ୫୨ସେକେଣ୍ଡରେ । ଦୀପାବଳି ଅମାବାସ୍ୟାରେ ହେଉଥିବା ବିଧିରେ ବାଧା ସୃଷ୍ଟି ହେବା । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି କରିବାକୁ ନିର୍ଦ୍ଦେଶ ହୋଇଛି । ୨୪ତାରିଖରେ ଦୀପଦାନ, ପୟାଶ୍ରାଦ୍ଧ, କାଳିପୂଜା ଓ ବଡ ଡାକ ହେବ । ଶ୍ରୀ ମନ୍ଦିରରେ ୧୨ଟାରେ ଦ୍ୱାରଫାଟକ ଫିଟା ହେବ । ସାଢେ ୨ଟାରୁ ୩ଟା ଭିତରେ ସକାଳ ଧୂପ ଓ ଭୋର ୪ଟାରେ ବାଳଧୂପ ସହ ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ହେବ ।
ମୋଟ ୧୬ମିନିଟ ୨୬ ସେକେଣ୍ଡ ପାଇଁ ପୁରୀକୁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉଛି । ତେଣୁ ସୂର୍ଯ୍ୟପରାଗର ୧୨ଘଣ୍ଟା ପୂର୍ବରୁ ଅର୍ଥାତ ୨୫ତାରିଖ ଭୋର ୪ଟା ୫୭ରୁ ପାକତ୍ୟାଗ ସହ ଦେବପୂଜା ବନ୍ଦ ରହିବ । ଏହାପରେ ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗନୀତି ବଢିବା ପରେ ଅନ୍ୟାନ୍ୟ ନୀତି ଚାଲିବାକୁ ଛତିଶାନିଯୋଗରେ ନିଷ୍ପତ୍ତି ହୋଇଛି ।