ଆପଣଙ୍କୁ ରାତିରେ ନିଦ ହେଉନାହିଁ କି ଜାଣନ୍ତୁ କାହିଁକି ?

0

ରାତିରେ ଶୋଇବା ବେଳେ ଅନେକ ସମୟରେ ଶୀଘ୍ର ନିଦ ଆସି ନ ଥାଏ କିମ୍ବା ମଝିରେ ମଝିରେ ନିଦ ଭାଙ୍ଗି ଯାଇଥାଏ,ଠିକ୍ ନିଦ ନ ନେବା କାରଣରୁ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ, କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି, ରାତିରେ ଆପଣଙ୍କ ନିଦ କାହିଁକି ବାରମ୍ବାର ଭାଙ୍ଗିଥାଏ? ବାସ୍ତବରେ, ଏହା ପଛର କାରଣ ହେଉଛି ଆପଣଙ୍କ ଖାଦ୍ୟପେୟ।ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଠାରୁ ଆପଣ ଦୁରେଇ ରହିବେ |

ରାତିରେ ଖାଆନ୍ତୁ ନାହିଁ ଆମିଷ : ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରୋଟିନର ଭଲ ମାତ୍ରା ଥିବା ଖାଦ୍ୟ ଯଥା ମାଛ, ମାଂସ, ଡାଲି, ଅଣ୍ଡା ଆଦିକୁ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଗ୍ରହଣ କରିବେ, ତା’ ହେଲେ ଏହା ବି ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇବ। ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ଚାପ ପକାଇଥାଏ ଏବଂ ହଜମ ପ୍ରକ୍ରିୟାକୁ ମନ୍ଥର କରି ଦେଇଥାଏ। ତେଣୁ ଏଗୁଡ଼ିକ ମଧ୍ୟ ରାତିରେ ସେବନ କରିବା ଉଚିତ୍ ନୁହେଁ।

ଶୋଇବା ପୂର୍ବରୁ ପିଅନ୍ତୁ ନାହିଁ କଫି :ଅନେକଙ୍କ ଅଭ୍ୟାସ ଅଛି ଡେରି ରାତିଯାଏ ଉଜାଗର ରହିବ ପାଇଁ କାଫିପିଥାନ୍ତି ବା ଅନେକ ଅଛନ୍ତି ରାତିରେ ଡରିଯାଏ କାମ କରନ୍ତି ସେହି ସମୟରେ କଫି ପିଇବାର ଅଭ୍ୟାସ ରହିଛି ତେବେ ଯଦି ଏହି ଅସଭ୍ୟସ ଅପାଙ୍କର ଅଛି ତେବେ ଏଥିରୁ ନିଶ୍ଚିତ ଦୁରେଇ ରୁହନ୍ତୁ | କଫିନରେ ଏମିତି ତତ୍ତ୍ୱ ରହିଥାଏ, ଯାହା ଆମକୁ ଜାଗ୍ରତ କରି ରଖିଥାଏ। ଏହାଦ୍ୱାରା ଆମର ମସ୍ତିଷ୍କ ଶୋଇବା ପରିବର୍ତ୍ତେ ସକ୍ରିୟ ହୋଇଯାଏ।’

ରାତିରେ ଚକୋଲେଟକୁ କୁହନ୍ତୁ ନା: ସାଧାରଣତଃ ଆମେ ସମସ୍ତେ ଜାଣୁ ଯେ ରାତିରେ ଚକୋଲେଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ। ଏହାଦ୍ୱାରା ନା କେବଳ ଆପଣଙ୍କ ଦାନ୍ତ ଖରାପର ସମ୍ଭାବନା ଥାଏ, ବରଂ ଏଥିରେ ଆପଣଙ୍କ ନିଦ ମଧ୍ୟ ପ୍ରଭାବିତ ହୋଇପାରେ। କିଛି ଲୋକ ଖାଦ୍ୟ ଖାଇବା ପରେ ମିଠା ରୂପରେ ଚକୋଲେଟ୍ ସେବନ କରି ଥାଆନ୍ତି। କିନ୍ତୁ ଜାଣି ରଖନ୍ତୁ, ଚା’ ଏବଂ କଫି ଭଳି ଚକୋଲେଟରେ ଭଲ ପରିମାଣରେ କଫିନ୍ ମଧ୍ୟ ମିଳିଥାଏ। ଯେଉଁ କାରଣରୁ ନିଦ ହୁଏ ନାହିଁ |

ରାତିରେଖାନ୍ତୁ ନାହିଁ ଏହି ଖାଦ୍ୟ :କାର୍ବୋହାଇଡ୍ରେଟ୍ ଜିନିଷ ମଧ୍ୟ ଆମ ନିଦକୁ ବିଚଳିତ କରିଥାଏ। ଏମିତିରେ ସୀମିତ ପରିମାଣରେ କାର୍ବୋହାଇଡ୍ରେଟ୍ ଆମ ନିଦରେ କୌଣସି ସମସ୍ୟା ସୃଷ୍ଟି କରି ନ ଥାଏ। କିନ୍ତୁ ଏଗୁଡ଼ିକର ଅତ୍ୟଧିକ ମାତ୍ରା ଆମ ମେଟାବୋଲିଜିମକୁ ପ୍ରଭାବିତ କରିଥାଏ, ଯଦ୍ଦ୍ଵାରା ଆମ ନିଦ ପ୍ରଭାବିତ ହୋଇଥାଏ। ଏହି ସମୟରେ ଆମକୁ ବିଚଳିତ, ଅସ୍ଥିର ଅନୁଭବ ହୋଇପାରେ। ଏଥିପାଇଁ ପ୍ରୟାସ କରନ୍ତୁ କି, ଯେପରି ଶୋଇବାର ଠିକ୍‌ ପୂର୍ବରୁ ଆପଣ ଅଧିକ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଯଥା ଭାତ, ପାସ୍ତା, ଚିପ୍ସ, କଦଳୀ, ସେଓ, ଆଳୁ ଆଦି ସେବନ କରିବେ ନାହିଁ। ଅତ୍ୟନ୍ତ କମ୍‌ ମାତ୍ରାରେ ଏହାକୁ ସେବନ କରିବେ।