(ଜୟନ୍ତ କୁମାର ସେଠୀ / ଗୋପ) ; କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ। ଶ୍ରୀମନ୍ଦିର ଆସୁଥିବାଭକ୍ତଙ୍କ ସୁରକ୍ଷା ଏବଂ କୋଭିଡ଼ ଗାଇଡ଼ ଲାଇନ କଡ଼ାକଡ଼ି ପାଳନ କରିବା ନେଇ ନିଆଯାଉଛି କଡ଼ାପଦକ୍ଷେପ। ବଡ଼ଦାଣ୍ତରେ ବସୁଥିବା କ୍ଷୁଦ୍ର ଓ ଉଠାଦୋକାନୀଙ୍କୁ କୋଭିଡ଼ ଗାଇଡ଼ ଲାଇନ ବିଷୟରେପୋଲିସ ସଚେତନ କରାଇବା ସହ ଶପଥ ପାଠ କରାଇଛି। ଗ୍ରାହକ ମାନେ ଦୋକାନକୁ ଆସିଲେକିଭଳି ସାମଜିକ ଦୂରତା ରକ୍ଷା କରିବେ, ମୁହଁରେ ମାସ୍କ ପରିଧାନ କରିବେ ସେନେଇ ପୋଲିସସଚେତନ କରାଇଛି। ଅନ୍ୟପଟେ ସହରରେ ଥିବା ବିଭିନ୍ନ ଥାନା ଅଞ୍ଚଳରେ ମାସ୍କ ଚେକିଂ କଡ଼ାକଡ଼ିକରାଯାଇଛି। ଗତ ଦୁଇଦିନ ଭିତରେ ୭୦୦ ରୁ ଉର୍ଦ୍ଧ ମାସ୍କ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କ ଠାରୁଫାଇନ୍ ଆଦାୟ କରାଯାଇଛି। ତେବେ କରୋନା ନିୟମ ମାନୁନଥିବା ଅମାନିଆ ମାନେ ସାବଧାନ କିମ୍ୱା ସଚେତନ ନହେଲେ ଆଇନ ଅନୁଯାୟୀ ଦଣ୍ତ ଭୋଗିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାଇଦେଇଛନ୍ତି ପୁରୀ ଏସପି । ଅନ୍ୟପଟେ ଆସନ୍ତକାଲି ଠାରୁ ବଡ଼ଦାଣ୍ତ ସ୍ଥିତ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସେବାୟତମାନଙ୍କ କୋଭିଡ଼ ଟେଷ୍ଟ ଆରମ୍ଭ ହେବ। ଯେଉଁ ସେବାୟତ ମାନଙ୍କର କୋଭିଡ଼ ପଜେଟିଭ ଆସିବ ସେମାନଙ୍କୁ ଆଇସୋଲେସନରେ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।ସେହିପରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସେବାୟତଙ୍କ ପରିବାରକୁ ଆସନ୍ତା ସୋମବାରଠାରୁ ତିନିଦିନ ଧରି ହୋମିଓପ୍ୟାଥି ଔଷଧ ଦିଆଯିବ। ସେହିପରି ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେସେବାୟତଙ୍କ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ସହ କୋଭିଡ଼କୁ ନେଇ ସଚେତନ କରାଇବେ। ୪୫ ବର୍ଷରୁ ଉର୍ଦ୍ଧ ସେବାୟତ ପରିବାର ଲୋକଙ୍କ ଟିକାକରଣ ଚାଲୁ ରହିଥିବା ବେଳେ ପ୍ରାୟ ୯୦୦ ଜଣଙ୍କୁ ଏହାମଧ୍ୟରେ ଟିକା ଦିଆଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ।