ଅଚାନକ ରାସ୍ତାରେ ଜଳିଗଲା ଚଳନ୍ତା ହାଇୱା ଗାଡି

ଅଚାନକ ହୁହୁ ହୋଇ ଜଳିଗଲା ଚଳନ୍ତା ହାଇୱା ଗାଡି ।

0

(କୋରାପୁଟ) : ଅଚାନକ ହୁହୁ ହୋଇ ଜଳିଗଲା ଚଳନ୍ତା ହାଇୱା ଗାଡି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗାମାଳି ଅଞ୍ଚଳରେ ଏକ ଚଳନ୍ତା ହାଇୱାରେ ନିଆଁ ଲାଗିଯାଇଛି । ତେବେ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

ସୂଚନାନୁଯାୟୀ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗାମାଳି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଏକ ହାଇୱା ବକ୍ସାଇଟ ଅନ୍‌ଲୋଡିଂ କରି ପାହାଡ଼ ଉପରକୁ ଯାଉଥିଲା। ଏହି ସମୟରେ ହାଇୱାରେ ହଠାତ୍ ନିଆଁ ଲାଗିଯାଇଥିଲା। ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।