ଭାରତ

ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଗୁରୁବାର ଅପରାହ୍ନରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ । ହସ୍ପିଟାଲର ୪ର୍ଥ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ସୂଚନା ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି ।
ଅଗ୍ନିଶମ ଅଧିକାରୀଙ୍କ ଅନୁଯାୟୀ, ଅପରାହ୍ନ ପ୍ରାୟ ୧.୨୪ରେ ଅଗ୍ନିଶମ ବିଭାଗ ସବଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ ନେଇ ସୂଚନା ପାଇଥିଲେ । ହସ୍ପିଟାଲର ୪ର୍ଥ ମହଲାରେ ଥିବା ଓପିଡି ନର୍ସଙ୍କ କୋଠରୀରେ ନିଆଁ ଲାଗିଥିବା ସୂଚନା ଦିଆଯାଇଥିଲା । ସୂଚନା ପାଇଁ ଅଗ୍ନିଶମର ୭ ଜଣ କର୍ମଚାରୀ ଘଟଣାସ୍ଥଳକୁ ଧାଇଁଥିଲେ । ଏହା ପରେ ୧.୪୦ରେ ନିଆଁକୁ ଆୟତ୍ତ କରାଯାଇଥିବା ଦିଲ୍ଲୀ ଅଗ୍ନିଶମ ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ । ତେବେ ନିଆଁ କେମିତି ଲାଗିଲା ତାର ତଦନ୍ତ ଚାଲିଥିବା ବେଳେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି ।

Related posts

ଶସ୍ତା ହେଲା ରୋଷେଇ ଗ୍ୟାସ ଦର

Report

ଆସନ୍ତା ଫେବୃଆରୀ ମାସରେ ମହାକୁମ୍ଭ ଉପରେ ଚୂଡାନ୍ତି ନିଷ୍ପତ୍ତି

Report

ବଢିବ ତେଲ ଦର

Report

Leave a Comment