ଡୋଲୋମାଇଣ୍ଟ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

ଝାରସୁଗୁଡା ଜିଲ୍ଲା ବେଲପାହାଡସ୍ଥିତ ଟିଆରଏଲ କ୍ରୋସାକି କାରଖାନାରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ l

0

(ଝାରସୁଗୁଡା) : ଡୋଲୋମାଇଣ୍ଟ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ l ଝାରସୁଗୁଡା ଜିଲ୍ଲା ବେଲପାହାଡସ୍ଥିତ ଟିଆରଏଲ କ୍ରୋସାକି କାରଖାନାରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ l ଆଜି ସକାଳେ ଏହି କମ୍ପନୀ ଭିତରେ ଭାୟାଵହ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ଆକଳନ କରି ହେଉନି ।

ସୂଚନାନୁଯାୟୀ, ଗୁରୁବାର ସକାଳ ସମୟରେ କମ୍ପାନୀ କାରଖାନା ପ୍ଲାଣ୍ଟରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଖୁବ୍ ଜୋରରେ ବ୍ୟାପିଯାଇଥିଲା । ତେବେ କିଛି ସମୟରେ କାରଖାନାରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ଏହି ଅଗ୍ନିକାଣ୍ଡ ଯୋଗୁଁ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେହିପରି କାରଖାନାରେ ନିଆଁ କିପରି ଲାଗିଲା । ସେନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।