ଅପରାଧ

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ରକ୍ତପାତ

ଭୁବନେଶ୍ୱର/ସରୋଜ ରାଉତ: ରାଜଧାନୀର ବିଜ ରାସ୍ତା ଉପରେ ରକ୍ତପାତ । ରାଜଧାନୀ ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ହଣାହଣି ଓ ଗୁଳିମାଡ ଘଟଣା ସଂଗଠିତ ହୋଇଛି । ଏଥିରେ ବହୁ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଯୁବକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଏକ ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ପୁଲିସ ମାରଣାସ୍ତ୍ର ଓ ବାଇକ ଜବତ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଗଙ୍ଗନଗର ହରିଜନ ବସ୍ତୀର କାହ୍ନୁ ନାୟକ ନାମକ ଜଣେ ଯୁବକଙ୍କର କୌଣସି କଥାକୁ ନେଇ ସ୍ଥାନୀୟ କିଛି ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏନେଇ କାହ୍ନୁ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ଅଭିଯୋଗ ଗ୍ରହଣ କରିନଥିବା ଅଭିଯୋଗ ହେଉଛି । ଫଳରେ ଆଜି ଏପରି ଅଘଟଣ ଘଟିଥିବା କୁହାଯାଉଛି । ଆଜି କାହ୍ନୁ ଓ ୪ ଜଣ ସାଥୀ ହରିଜନ ବସ୍ତୀରେ ବସିଥିବା ବେଳେ ସେମାନଙ୍କ ଉପରେ କିଛି ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣ ପରେ କାହ୍ନୁ ସେଠାରୁ ଦୌଡି ପଳାଇଯାଇଥିଲେ । ତଥାପି ଦୁର୍ବୃତ୍ତମାନେ ତାଙ୍କୁ ଗୋଡଇ ଗୋଡେଇ ହାଣିଥିଲେ । କାହ୍ନୁଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଁ୍ଚିବା ପରେ ଦୁର୍ବୃତ୍ତମାନେ ସେଠାରେ ମାରଣାସ୍ତ୍ର ଫିଙ୍ଗି ପଳାଇ ଯାଇଥିଲେ । କାହ୍ନୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୁଲିସ ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ କରି ତଦନ୍ତ ଆରମ୍ଭ କରିଛି ।

Related posts

ଗାଡି ଧକ୍କା ମାଆ ,ପୁଅ ମୃତ

Report

ସିବିଆଇ କୋର୍ଟରେ ଆତ୍ମସମର୍ପଣ କଲା ନାସିର ଖାଁ

Report

ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ ବାବୁ

Report

Leave a Comment