Reporters Today
  • Home
  • ଭାରତ
  • ଉତ୍ତରପ୍ରଦେଶ ବିଧାନସଭା ସମ୍ମୁଖରେ ଗୁଳିକାଣ୍ଡ: ଜଣେ ପୁଲିସ କର୍ମୀଙ୍କ ମୃତ୍ୟୁ
ଭାରତ

ଉତ୍ତରପ୍ରଦେଶ ବିଧାନସଭା ସମ୍ମୁଖରେ ଗୁଳିକାଣ୍ଡ: ଜଣେ ପୁଲିସ କର୍ମୀଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ସମ୍ମୁଖରେ ଗୁରୁବାର ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ପୋଲିସ ଇନିସପେକ୍ଟରଙ୍କ ମୃତ୍ୟୁ ହୋଇଛି। ମୃତ ଇନିସପେକ୍ଟରଙ୍କ ନାମ ନିର୍ମଳ ଚୌବେ । ହସ୍ପିଟାଲ ନିଆଯାଉଥିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି। ବିଧାନସଭାର ୭ ନମ୍ବର ଗେଟ୍ ନିକଟରେ ଏହି ଗୁଳିକାଣ୍ଡ ହୋଇଛି।
ବିଧାନସଭା ୭ ନମ୍ବର ଗେଟ୍ରେ ଚୌବେ ମୂତୟନ ଥିଲେ। ଅଚାନକ ଗୁଳି ଶବ୍ଦ ଶୁଣି ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ଦେଖନ୍ତି ଚୌବେଙ୍କ ଦେହରେ ଗୁଳିବାଜିଛି ଓ ସେ ତଳେ ପଡିଛନ୍ତି । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ତାଙ୍କ ପକେଟରୁ ଏକ ସୁଇସାଇଡ ନୋଟ ପୁଲିସକୁ ମିଳିଛି । ସେ ଦୂରାରୋଗରେ ପୀଡ଼ିତ ଥିବାରୁ ଜୀବନ ହାରିଥିବା କହିଛନ୍ତି। ଏଥିସହ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ଆପଣାଇଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ଏହାକୁ ନେଇ ଲକ୍ଷ୍ନୌରେ ଉତ୍ତେଜନା ଦେଖାଦେଇଛି।

 

Related posts

ଶ୍ରୀଲଙ୍କା ପାର୍ଲାମେଣ୍ଟ୍‌ରେ ମାଡ଼ପିଟ୍‌ ଲାଗିଲେ ସାଂସଦ

Report

ବିଜୟ ପରେ ଜୁନରେ ମୋଦୀଙ୍କ ପ୍ରଥମ ବିଦେଶଗ୍ରସ୍ତ

Report

ଦାଉଦ ସହଯୋଗୀ ସହ ସମ୍ପୃକ୍ତି ଅଭିଯୋଗରେ ଏନସିପି ନେତାଙ୍କୁ ଇଡିର ସମନ

Report

Leave a Comment