ଶିବଜ୍ୟୋତି ଭବନର ପ୍ରଥମ ବାର୍ଷିକ ଉତ୍ସବ

0

ହିଞ୍ଜିଳି (ରଜନୀ କାନ୍ତ ପାତ୍ର): ହିଞ୍ଜିଳି ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶିବଜ୍ୟୋତି ଭବନର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହିଂଜିଳିକାଟୁ ସେବା କେନ୍ଦ୍ର ତଥା ଶେରଗଡ଼ ସେବା କେନ୍ଦ୍ର ଦ୍ୱାରା ପରିଚାଳିତ ସମସ୍ତ ଗୀତା ପାଠଶାଳାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସକାଳ ୯ଟାରୁ ମଧ୍ୟାହ୍ନ ୧ଟା ପର୍ୟ୍ୟନ୍ତ ରାଜ ଯୋଗ ଅଭ୍ୟାସର କାର୍ଯ୍ୟକ୍ରମ ରଖାଯାଇଥିଲା । ଦ୍ଵିତୀୟ ଅଧ୍ୟାୟରେ ସ୍ଥାନୀୟ ବହୁ ବୁଦ୍ଧିଜୀବୀ ଏବଂ ଈଶ୍ୱରପ୍ରେମୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରଦୀପ ପ୍ରଜ୍ୱଳନ ପରେ ଜଗନ୍ନାଥ ସଂସ୍କୃତି ଆଧାରରେ ପୋଡ଼ ପିଠା ଭୋଗ ହୋଇଥିଲା । ରାଜ ଯୋଗ ଅଭ୍ୟାସରେ ଶିବଜ୍ୟୋତି କେନ୍ଦ୍ର ସଞ୍ଚାଳିକା ରାଜ ଯୋଗିନୀ ଅଙ୍କିତା, ସ୍ମୃତି , ଯମୁନା ଭଉଣୀ ଆଦି ରାଜ ଯୋଗ ଅଭ୍ୟାସ କରାଇଥିଲେ । ଶେରଗଡ଼ର ବରିଷ୍ଠ ଭ୍ରାତା ବ୍ରହ୍ମା କୁମାର ସୁବାସ ଜୀ କାର୍ଯ୍ୟକ୍ରମର ସୁପରିଚାଳନା ସହ ରାଜ ଯୋଗ ଅଭ୍ୟାସର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ହିଂଜିଳିକାଟୁ ସେବା କେନ୍ଦ୍ରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।