ରାଇରଙ୍ଗପୁର ( ସତ୍ୟନାରାୟଣ ପଲ୍):-ସାରା ଭାରତ ପାଇଁ ଆଜି ଏକ ଐତିହାସିକ ଦିନ।ସାରା ବିଶ୍ବରେ ଭାରତ ଟେଲିକମ ଜଗତରେ ଆଉ ଏକ ପାଦ ଆଗେଇଛି । ଆଜିର ଦିନରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସ ପରିସରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ୫ଜି ସେବାର ଉଦଘାଟନ କରିଥିଲେ ।ନୂଆଦିଲ୍ଲୀ, ମୁମ୍ବାଇ,କୋଲକାତା,ଚେନାଇ ଏବଂ ଓଡ଼ିଶାର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଶଶୁର ଘର ଗାଁ ଦୁର୍ଗମ ଅଂଚଳ ପାହାଡପୁରର ନିଜ ହାତଗଢା ଏମଏଲଏଏସ ଉଚ୍ଚ ବିଦ୍ୟାଳୟରେ ୫ ଜି ସେବାର ଶୁଭ ଉଦ୍ଘାଟନ କରିଛନ୍ତି ।ଏହି ସ୍ମରଣୀୟ କାର୍ୟ୍ୟରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ୫ଜି ଜିରୋ ନେଟ ଓ୍ବାର୍କ ସେବାରେ ଯୋଡ଼ି ହୋଇ ଅତି ଆନନ୍ଦିତ ହୋଇଥିଲେ ।୨୦୨୫ ବେଳକୁ ପଲ୍ଲୀରୁ ଦିଲ୍ଲୀ ପର୍ୟ୍ୟନ୍ତ ସମସ୍ତେ ୫ ଜି ସେବା ପାଇପାରିବେ ।ଏହା ଶିକ୍ଷା, ବାଣିଜ୍ୟ,ଟେଲିକମ, ପ୍ରତିରକ୍ଷା, ବିଜ୍ଞାନ, ବୈଷୟିକ, ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ ହେବା ସହ ଦେଶର ପ୍ରଗତି ପଥରେ ସାହାଯ୍ୟ କରିବ ।ଏହା ହାଇସ୍ପିଡ ଇଣ୍ଟରନେଟ ୪ଜି ସେବାଠ୍ରାୁ ୫ଜି ସେବା ବହୁ ହାଇସ୍ପିଡ ଅଟେ ।ବିଶେଷତଃ ଛାତ୍ରଛାତ୍ରୀମାନେ ବେଶି ଲାଭ ପାଇଁ ପାରିବେ ବୋଲି ଅତିଥି ଗଣ କହିଥିଲେ ।ଭାରତ ସରକାରଙ୍କ ଟେଲିକମ ବିଭାଗର ଡିଡିଜି ବିଜୟ କୁମାର ନାୟକ,ରିଲାଏନ୍ସ ଜିରୋ ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଯଶିପୁର ବିଧାୟକ ଶ୍ରୀ ଗଣେଶ ରାମ ଖୁଣ୍ଟିଆ,ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜନ୍ମେଜୟ ଗିରି,ପରିଚାଳନା କମିଟି ସଭାପତି ମୁନା ପ୍ରତିହାରୀ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।