ବୁଡ଼ିଗଲା ମାଛଧରା ଟ୍ରଲର

0

ଭଦ୍ରକ: ଧାମରା ସମୁଦ୍ର ମଧ୍ୟରେ ଥିବା ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲରରେ ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ର ଭିତରେ ବୁଡି ଯାଇଛି । ତେବେ ପୁରା ଘଟଣା କଥା ଦେଖିଲେ, ମା ପଦ୍ମାବତୀ ନାମକ ଏକ ଟ୍ରଲରେ ଧୀବରମାନେ ମାଛ ଧରନ୍ତି । ହେଲେ ମାଛ ଧରୁଥିବା ସମୟରେ ଟ୍ରଲରଟିରେ ନିଆଁ ଲାଗିଯାଇ ବୁଡ଼ି ଯାଇଥିଲା । ହେଲେ ସେଥିରେ ୧୦ଜଣ ଧୀବର ରହିଥିଲେ । ଏହିଘଟଣାଟି ଦେଖି ପାଖ ଟ୍ରଲର ସେଠାକୁ ଯାଇ ୧୦ ଜଣ ଧୀବରଙ୍କୁ ଉଦ୍ଦାର କରିଥିଲା । ତାହାପରେ ସେମାନଙ୍କୁ ମେରାଇନ ପୋଲିସଙ୍କୁ ହସ୍ତାନ୍ତର କରିଥିଲେ ।

ମା ପଦ୍ମାବତୀ ଟ୍ରଲରର ମାଲିକ ହେଉଛନ୍ତି, ଧାମରା ଦୋଷିଙ୍ଗା ପଂଚାୟତର ସମରେଶ ପରିଡ଼ା । ତାଙ୍କ ଟ୍ରଲର ରେ ୧୦ଜଣ ଧୀବର ମାଛ ଧରୁଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନି ପ୍ରଖର ହେବାରୁ ଧୀବର ମାନେ ଟ୍ରଲରରେ ଥିବା ସେପ୍ଟି ଜ୍ୟାକେଟ ପିନ୍ଧି ସମୁଦ୍ରକୁ ଲମ୍ଫି ଭାସିଥିଲେ । ତେଣୁ ସେମାନଙ୍କ ନିକଟରେ ଥିବା ଅନ୍ୟ ଟ୍ରଲର ଧିବର ମାନେ ଏହି ୧୦ଜଣ ଧୀବରଙ୍କୁ ଉଦ୍ଧାର କରିଥିଲେ । ତେବେ ଟ୍ରଲର ବୁଡ଼ି ଯାଇଥିଲେ ହେଁ ୧୦ ଜଣ ଧିବରଙ୍କ ଜୀବନ ବଂଚିଯାଇଛି ।