ମାଲକାନଗିରି(ସୂର୍ୟ୍ୟକାନ୍ତ ବେହେରା): ଅଜଣା ରୋଗରେ ୧୫ ଦିନରେ ୫ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ଗାଁରେ ସୃଷ୍ଟି ହୋଇଛି କୋକୁଆ ଭୟ । ମାଲକାନଗିରି ଜିଲ୍ଳା କାଲିମେଳା ବ୍ଲକ ଅନ୍ତର୍ଗତ ସୁଧାଖୁଣ୍ଟା ଗ୍ରାମରେ ସୃଷ୍ଟି ହୋଇଛି ଏଭଳି ଆତଙ୍କର ବାତାବରଣ କ୍ଷ ବିଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ଏହି ଗାଁର ୫ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି କ୍ଷ ପ୍ରଥମେ ଭୀଷଣ ଜ୍ୱର ଓ ଥଣ୍ଡାରେ ପୀଡ଼ିତ ହେବାରୁ ଶିଶୁମାନଙ୍କୁ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ପରୀକ୍ଷା କରି ଔଷଧ ଦେଇଥିଲେ । କିନ୍ତୁ ପରେ ସମସ୍ତେ ଝାଡ଼ା ରୋଗରେ ପଡ଼ିଥିଲେ । ଆଦିବାସୀ ହୋଇଥିବାରୁ ପରିବାର ଲୋକେ ପାରମ୍ପାରିକ ଚିକିତ୍ସା ମୁତାବକ ନିଜ ଗାଁରେ ଥିବା ପୂଜାରୀ, ଦିଶାରୀ ଓ ଗୁଣିଆଙ୍କ ପାଖକୁ ନେଇ ଝଡ଼ାଫୁଙ୍କା କରାଇଥିଲେ । କିନ୍ତୁ ଦୁଇ ଦିନ ମଧ୍ୟରେ ଶିଶୁମାନେ ପ୍ରାଣ ହରାଇଥିଲେ ବୋଲି ଗ୍ରାମବାସୀ ପ୍ରକାଶକରିଛନ୍ତି କ୍ଷ ମୃତ୍ୟୁବରଣ କରିଥିବା ପାଞ୍ଚ ଜଣ ହେଉଛନ୍ତି ଦେବା ମାଡକାମୀଙ୍କ ୪ ବର୍ଷର ପୁଅ, ରାମ ମାଢିଙ୍କ ୫ ବର୍ଷର ପୁଅ ଓ ୨ ମାସର ଶିଶୁ କନ୍ୟା, ବୀର ମାଡକାମୀଙ୍କ ୩ ବର୍ଷର ଝିଅ, ଜୟ ସୋଢ଼ିଙ୍କ ୫ ବର୍ଷର ପୁଅ । ଏହାକୁ ନେଇ ଗ୍ରାମରେ ଶୋକ ଏବଂ ଭୟର ବାତାବରଣ ଲାଗି ରହିଛି । ସେପଟେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋଗର ସଠିକ କାରଣ ନିରୂପଣ କରିବା ଏବଂ ଗ୍ରାମକୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ସ୍ୱାସ୍ଥ୍ୟ ବିଭାଗ ଘଟଣା ସମ୍ପର୍କରେ ଜାଣି ଜାଣି ଚୁପ ରହିବା ସହ ନିଜ ଅପାରଗତା ଘୋଡ଼ାଇବା ପାଇଁ ଏହି ଶିଶୁମୃତ୍ୟୁ ଘଟଣାକୁ ସାର୍ବଜନୀନ କରୁ ନଥିବା ଅଭିଯୋଗ ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହୋଇଛି ।